ଫିଫା ୱାର୍ଲ୍ଡକପ୍‌ ୨୦୨୨ରେ ଟ୍ରଫି ଉନ୍ମୋଚନ କରିବେ ଦୀପିକା ପାଦୁକୋନ

ମୁମ୍ବାଇ: ବର୍ତ୍ତମାନ କତାରରେ ଫିଫା ୱାର୍ଲ୍ଡକପ୍‌ ୨୦୨୨ ଥିବା ବେଳେ ଏଥିରେ ବିଶ୍ୱର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଏଥିସହିତ ସେମାନେ ନିଜର ଦମଦାର ପଦର୍ଶନ ମଧ୍ୟ ଦେଖାଉଛନ୍ତି । ତେବେ ଏହି ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ଡିସେମ୍ବର ୧୮ ରେ ଅନୁଷ୍ଠିତ ହେବ। ଯାହାକୁ ନେଇ ଖେଳ ପ୍ରେମୀଙ୍କ ମନେରେ ଉତ୍ସାହ ଭରି ରହିଛି । କିନ୍ତୁ ଏହାରି ମଧ୍ୟରେ ମୋଷ୍ଟ ପପୁଲାର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଅଭିନେତ୍ରୀ ଦୀପିକା ଫିଫା ବିଶ୍ୱକପ ଟ୍ରଫିର ଉନ୍ମୋଚନ କରିବେ। ଯେଉଁଥିପାଇଁ ବର୍ତ୍ତମାନ ଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ଦୀପିକା ପାଦୁକୋନ ହେଉଛନ୍ତି ପ୍ରଥମ ଅଭିନେତ୍ରୀ , ଯିଏକି ବିଶ୍ୱର ସର୍ବାଧିକ କ୍ରୀଡା ଇଭେଣ୍ଟରେ ଏଭଳି ସମ୍ମାନ ପାଇଛନ୍ତି । ଏଥିସହିତ ସେ ଡିସେମ୍ବର ୧୮ରେ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ହେବାକୁ ଥିବା ଫିଫା ବିଶ୍ୱକପ ଟ୍ରଫି ଉନ୍ମୋଚନ କରିବେ ବୋଲି ଆଶା କରାଯାଉଛି। ତେବେ ଏହାପୂର୍ବରୁ ଏହି ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି ମଧ୍ୟ ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ କରିଥିଲେ । ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ। ଏଥିସହିତ ଅଭିନେତ୍ରୀ ନୋରା ତ୍ରିରଙ୍ଗାକୁ ଓଲଡା ଉଡାଇବା ସହ ତାକୁ ଦେହରେ ମଧ୍ୟ ଗୁଡାଇ ହୋଇଥିଲେ । ଯେଉଁ କାରଣରୁ ସେ ଟ୍ରୋଲର ମଧ୍ୟ ଶିକାର ହୋଇଥିଲେ ।

ଅନ୍ୟପକ୍ଷରେ ଦୀପିକା ପାଦୁକୋନଙ୍କୁ କିଛିଦିନ ପୂର୍ବେ ମୁମ୍ବାଇ ଏୟାର ପୋର୍ଟରେ ଦେଖିବାକୁ ମିୁଳିଥିଲା । ସେ ତାଙ୍କର ଆଗାମି ଫିଲ୍ମ ‘ଫାଇଟର’ ସୁଟିଙ୍ଗ ସାରି ଫେରୁଥିବା କୁହାଯାଉଛି । ଏତତ୍ ବ୍ୟତୀତ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଫିଲ୍ମ ‘ପଠାନ’ର ଦ୍ୱିତୀୟ ସିଡ୍ୟୁଲର ସୁଟିଂ କରିବେ । ଏହି ଚଳଚ୍ଚିତ୍ରରେ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ ଖାନଙ୍କ ସହ ସେ ବଡ ପରଦାରେ ନଜର ଆସିବେ । ଏହି ଦୁଇଜଣଙ୍କ ସହ ଅଭିନେତା ଜନ୍ ଅବ୍ରହାମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ‘ପଠାନ’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହା ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ ଜାନୁୟାରୀରେ ରିଲିଜ୍‌ ହେବ ।

Related Articles

Back to top button