
ଫିଫା ବିଶ୍ୱକପ୍: ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ -ଆର୍ଜେଣ୍ଟିନା
ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରୁ କାତରାରେ ଫିଫା ବିଶ୍ୱକପ୍ ୨୦୨୨ ଚାଲିଛି । ଯେଉଁଥିରେ ଅନେକ ଦେଶ ସାମିଲ ହୋଇଥିବା ବେଳେ ଖେଳ ବହୁତ ରୋମାଞ୍ଚକର ହେଉଛି । ତେବେ ଏହି ଖେଳର ଫାଇନାଲ ରାଉଣ୍ଡ ରବିରାର ଦିନ ଲୁସାଇଲ୍ ଆଇକନିକ୍ ଷ୍ଟାଡିୟମ୍ରେ ଖେଳାଯିବ । ଯେଉଁଥିରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ପରସ୍ପର ସହ ମୁହାଁମୁହିଁ ହେବେ । ଯାହାକୁ ନେଇ ଖେଳ ପ୍ରମୀଙ୍କ ମନରେ ଉତ୍ସାହ ଭରି ରହିଛି ।
ତେବେ ଫ୍ରାନ୍ସ ଦ୍ବିତୀୟ ଦଳ ଭାବେ ଫିଫା ବିଶ୍ବକପ୍ର ଫାଇନାଲ୍ରେ ପ୍ରବେଶ କରିଛି। ସେ ବୁଧବାର ଦିନ ଦ୍ବିତୀୟ ସେମିଫାଇନାଲ୍ରେ ମରକ୍କୋକୁ ୨-୦ ଗୋଲ୍ରେ ହରାଇଛି। ଏଥିସହିତ ଏହି ବିଶ୍ବକପ୍ରେ ଫ୍ରାନ୍ସ ଚତୁର୍ଥଥର ପାଇଁ ଫାଇନାଲ୍ରେ ପହଞ୍ଚିଛି। ଅନ୍ୟପକ୍ଷେ ଫିଫା ବିଶ୍ବକପ୍ର ସେମିଫାଇନାଲ୍ରେ ପହଞ୍ଚିଥିବା ମରକ୍କୋର ଫାଇନାଲ ଟ୍ରଫି ହାତେଇବା ସ୍ବପ୍ନ ଧୂଳିସାତ୍ ହୋଇଛି। ତେବେ ଶନିବାର କ୍ରୋଏସିଆ ସହିତ ମରକ୍କୋ ତୃତୀୟ ସ୍ଥାନ ପାଇଁ ଖେଳିବ।
ତେବେ ଫ୍ରାନ୍ସ ଏବଂ ମରକ୍କୋ ମଧ୍ୟରେ ହୋଇଥିବା ଏହି ସେମୀ ଫାଇନାଲ ଅତି ରୋମାଞ୍ଚକର ହୋଇଥିଲା । କଡ଼ା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏହି ମ୍ୟାଚ୍ରେ ଉଭୟ ପଟୁ ଘନଘନ ଆକ୍ରମଣ ହୋଇଥିଲା । କିନ୍ତୁ ଶେଷରେ ଫ୍ରାନ୍ସ ୨-୦ ଗୋଲରେ ରେ ମରକ୍କୋକୁ ହରାଇ ଫାଇଲାନରେ ପ୍ରବେଶ କରିଛି । ସେହିପରି ଆର୍ଜେଣ୍ଟିନା ମଧ୍ୟ ତାର ପ୍ରତିଦ୍ୱନ୍ଦିକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଯାହାଫଳରେ ରବିରାର ଦିନ ଲୁସାଇଲ୍ ଆଇକନିକ୍ ଷ୍ଟାଡିୟମ୍ରେ ଉଭୟ ଦଳ ପସ୍ପରକୁ ଭେଟିବେ ।