ଫୁଟବଲ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ: ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବ

ଜେନେଭା: ଫୁଟବଲ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି ଫିଫା। କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆୟୋଜକ କାତାର ଏବଂ ଇକ୍ୱେଡର ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ନଭେମ୍ବର ୨୦ ତାରିଖରେ କରିବା ପାଇଁ ଫିଫା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ପୂର୍ବରୁ ୨୮ ଦିନ ବ୍ୟାପୀ ହେବାକୁ ଥିବା ଟୁର୍ନାମେଣ୍ଟଟି ବର୍ତ୍ତମାନ ୨୯ ଦିନର ହେବ ବୋଲି କୁହାଯାଉଛି। ଫିଫା ସଭାପତି ଜିଆନ୍ନି ଇନଫାଣ୍ଟିନୋଙ୍କ ନେତୃତ୍ୱରେ ଗଠିତ ଷଡ଼ରାଷ୍ଟ୍ରୀୟ କମିଟି ଆସନ୍ତା କିଛି ଦିନ ମଧ୍ୟରେ ଏହି ନିଷ୍ପତ୍ତି ନେବ।

କାତାର ଅଫିସିଆଲ ଏବଂ ଦକ୍ଷିଣ ଆମେରିକା ଫୁଟବଲ ଫେଡେରେଶନ (ସିଓଏନ୍‌ଏମ୍‌ଇବିଓଏଲ୍‌) ପକ୍ଷରୁ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଉଥିବା ବେଳେ କାତାର ଏବଂ ଇକ୍ୱେଡର ଫେଡେରେଶନ ସହିତ ଆଲୋଚନା ଆରମ୍ଭ କରିଛି ଫିଫା। ପୂର୍ବରୁ ନଭେମ୍ବର ୨୧ ତାରିଖ ସୋମବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ମ୍ୟାଚରେ ନେଦରଲାଣ୍ଡସ ଓ ସେନଗାଲ ମଧ୍ୟରେ ମୁକାବିଲା ହେବାର କାର୍ଯ୍ୟକ୍ରମ ରହିଥିଲା। ଏହି ମ୍ୟାଚର ୬ ଘଣ୍ଟା ପରେ କାତାର ଏବଂ ଇକ୍ୱେଡର ମଧ୍ୟରେ ମୁକାବିଲା ହୋଇଥାନ୍ତା। ମାତ୍ର ବର୍ତ୍ତମାନର ନିଷ୍ପତ୍ତି ପରେ ଗୋଟିଏ ଦିନ ପୂର୍ବରୁ ଉଦ୍‌ଘାଟନୀ ସମାରୋହ ଏବଂ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।

ପୂର୍ବରୁ ୟୁରୋପୀୟ ଲିଗ୍‌ମାନଙ୍କ ଦାବି କାରଣରୁ ରବିବାର ମ୍ୟାଚକୁ ବାତିଲ କରାଯାଇଥିବା ବେଳେ ତୃତୀୟ ମ୍ୟାଚରେ ଉଦ୍‌ଘାଟନୀ ସମାରୋହ ହେବା ନେଇ ଏପ୍ରିଲ ୧୧ ତାରିଖରେ ନିଷ୍ପତ୍ତି ହୋଇଥିଲା। ଦୈନିକ ୪ଟି ଲେଖାଏ ଲିଗ୍‌ ମ୍ୟାଚ ଖେଳାଯିବା ସହିତ ୨୮ ଦିନର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ୯୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟଟି ଉତ୍ତର ଗୋଲାର୍ଦ୍ଧ ବାହାରେ ଆୟୋଜିତ ହେବାକୁ ଯାଉଛି। ଏପରି କି କାତାରର ତାପମାତ୍ରାକୁ ପ୍ରତିହତ କରିବା ପାଇଁ ମେ-ଜୁଲାଇ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ରେ ଅନୁଷ୍ଠିତ ବିବାଦୀୟ ବିଡିଂରେ ୟୁଏଇକୁ ପଛରେ ପକାଇଥିଲା କାତାର। ରବିବାର ପ୍ରିମିୟର ଲିଗ୍‌ ଖେଳିବାକୁ ଖେଳାଳିଙ୍କୁ ଅନୁମତି ଦାବିରେ ଇଂଲିଶ କ୍ଲବଗୁଡିକ ସହମତି ପ୍ରକାଶ କରିଥିଲେ। ଇକ୍ୱେଡର ଓ କାତାରର ଅନେକ ଖେଳାଳି ଇପିଏଲ ଖେଳୁଥିବାରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି।

Related Articles

Back to top button