
ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ରେ ଚାମ୍ପିଅନ ହେଲା ଜର୍ମାନୀ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ରେ ଜର୍ମାନୀ ଚାମ୍ପିଅନ୍ ହୋଇଛି। ୩-୩ ରେ ମ୍ୟାଚ ଡ୍ର ହୋଇଥିଲା।ପରେ ସଡ଼ନ ଡେଥରେ ବେଲଜିଅମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିଅନ୍ ହୋଇଛି ଜର୍ମାନୀ। ଏହାକୁ ମିଶାଇ ମୋଟ୍ ୩ ଥର ବିଶ୍ୱଚାମ୍ପିଅନ୍ ହେବାର ସୌଭାଗ୍ୟ ଅର୍ଜନ କରିଛି ଜର୍ମାନୀ। ୨୦୦୨, ୨୦୦୬ ସହ ୨୦୨୩ ବିଶ୍ୱକପକୁ ନିଜ ନାଁରେ କରିଥିଲା ଜର୍ମାନୀ।
ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୩-୩ରେ ଶେଷ ହୋଇଥିଲା। ଏହାପରେ ପେନାଲ୍ଟି ସୁଟ୍ ଆଉଟରେ ଉଭୟ ଦଳ ପୁଣି ୩-୩ରେ ସମାନ ସ୍ଥିତିରେ ରହିଥିଲେ। ଶେଷରେ ସଡନ ଡେଥରେ ରେଡ୍ ଲାୟନ୍ସକୁ ୨-୧ ଗୋଲରେ ହରାଇ ଜର୍ମାନୀ ଏହି ହାଇଭୋଲଟେଜ୍ ମ୍ୟାଚ୍ ଜିତିବା ସହ ଶେଷରେ ଟାଇଟଲ୍ ହାସଲ କରିଛି।
ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପ୍ରଥମ ପଞ୍ଚମ ମିନିଟରେ ଜର୍ମାନୀକୁ ଲଗାତାର ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲା। କିନ୍ତୁ ବେଲଜିୟମ ଖେଳାଳିମାନେ ଏହାକୁ ପଣ୍ଡ କରିଦେଇଥିଲେ। ବେଲଜିୟମ ତୁରନ୍ତ ଏହାର ଜବାବ ଦେଇଥିଲା ଏବଂ ନଅ ମିନିଟରେ ଭାନ୍ ଆଉବେଲଙ୍କ ଚମତ୍କାର ଫିଲ୍ଡ ଗୋଲ୍ ବଳରେ ଖାତା ଖୋଲିଥିଲା। ଏହାପରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଆଗୁଆ ରହିଥିଲା। ପ୍ରଥମ କ୍ବାର୍ଟରର ଶେଷ ଭାଗରେ ଜର୍ମାନୀ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା।