ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ଅଧିନାୟକ

ମୁମ୍ବାଇ: ମଙ୍ଗଳବାର ବିଳମ୍ବିତ ରାତିରେ ଆସନ୍ତା ମାସରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ୍ ପାଇଁ ବିସିସିଆଇ ଖେଳାଳି ତାଲିକା ଘୋଷଣା କରିଛି। ଦିନିକିଆ ଦଳର ନେତୃତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ବିସିସିଆଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳର ଉପ-ଅଧିନାୟକ ଦାୟିତ୍ୱ ଦେଇଛି। ରୋହିତ ଶର୍ମା, କେ.ଏଲ୍ ରାହୁଲ ଏବଂ ବିରାଟ କୋହଲି ଟି-୨୦ ଦଳରେ ନଥିବାବେଳେ ତିନିଜଣଙ୍କୁ ଦିିନିକିଆ ଦଳରେ ଚୟନ କରାଯାଇଛି।

ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ହାରିବା ପରେ ବିସିସିଆଇ ବର୍ତ୍ତମାନ ଦିନିକିଆ ଏବଂ ଟି-୨୦ର ନେତୃତ୍ୱ ଜଣଙ୍କ ହାତରେ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଯାହା ଏବେ ସଫଳ ହୋଇଛି। ଏବେ ଆହତ କାରଣରୁ ରୋହିତ ବାଂଲାଦେଶରେ ଖେଳିନଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ଟି -20 ସିରିଜରେ ନାହାଁନ୍ତି ବରଂ ଦିନିକିଆ ସିରିଜରେ ଅଛନ୍ତି। କେଏଲ ରାହୁଲ ମଧ୍ୟ ଟି -20 ସିରିଜରେ ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କୋହଲି ବିଶ୍ରାମ ମାଗିଛନ୍ତି। ଦଳ ଚୟନ ସମ୍ପର୍କରେ ବିସିସିଆଇ ଦ୍ୱାରା ଜାରି ବିବୃତ୍ତିରେ, ଟି -20 ରେ ଏହି ତିନିଜଣଙ୍କ ଅନୁପସ୍ଥିତି ପାଇଁ କୌଣସି କାରଣ ଦିଆଯାଇ ନାହିଁ।

ଏଥି ସହିତ ସୀମିତ ଓଭରରେ କ୍ରମାଗତ ଭାବେ ବିଫଳ ହେଉଥିବା ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଉଭୟ ଟି-୨୦ ଏବଂ ଦିନିକିଆ ଦଳରୁ ବାଦ ଦିଆଯାଇଛି। ଏକ ସମୟରେ ପନ୍ତ ଉଭୟ ଦଳର ଅଧିନାୟକ ଏବଂ ଉପ-ଅଧିନାୟକ ଥିଲେ। କିନ୍ତୁ ଟି-୨୦ ରେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ-ଅଧିନାୟକ ଏବଂ ପାଣ୍ଡ୍ୟାଙ୍କୁ ଦିନିକିଆରେ ଏହି ଦାୟିତ୍ୱ ଦିଆଯାଇଛି। ଲଗାତାର ବିଫଳତା ପାଇଁ ପନ୍ତଙ୍କୁ ଦଣ୍ଡ ଦିଆଯାଇଛି ବୋଲି ସୂଚନା ରହିଛି।

Related Articles

Back to top button