୩୦୦୦ ରନ କ୍ଲବରେ ସାମିଲ ହେଲେ ହରମନପ୍ରୀତ କୌର

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଭାରତର ହରମନପ୍ରୀତ କୌର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଓଭରାଲ ୪ର୍ଥ ଖେଳାଳି ଭାବେ ୩୦୦୦ ରନ ଓ ପ୍ରଥମ ଖେଳାଳି ଭାବେ ୧୫୦ ମ୍ୟାଚ ଖେଳିଛନ୍ତି । ସୁଜି ବେଟ୍ସ, ମେଗ ଲାନିଂ ଓ ଷ୍ଟିଫାନେ ଟେଲର ପୂର୍ବରୁ ୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ସେ ୮ ରନ କରିବା ପରେ ଏହି କ୍ଲବର ଅଂଶବିଶେଷ ହୋଇଥିଲେ । ସେହିପରି ଟି୨୦ରେ ୧୫୦ ମ୍ୟାଚ ଖେଳି ଭାରତର ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ୧୪୮ ମ୍ୟାଚ ଖେଳିଛନ୍ତି । ସେହିପରି ମହିଳା ଖେଳାଳିଙ୍କ ମଧ୍ୟରେ ସୁଜି ବେଟ୍ସ ୧୪୩ ମ୍ୟାଚ ଖେଳିଛନ୍ତି । ହରମନପ୍ରୀତ ୧୫୦ ଟି୨୦ରେ ୨୯.୯୭ ଆଭରେଜରେ ୨୯୯୩ ରନ ହାସଲ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୯ ଅର୍ଦ୍ଧଶତକ ସାମିଲ । ସେହିପରି ବୋଲିଂରେ ମଧ୍ୟ ସେ ୩୨ ୱିକେଟ ହାସଲ କରିଛନ୍ତି ।

Related Articles

Back to top button