ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ ଦିଲ୍ଲୀପ ତିର୍କୀ

ରାଉରକେଲା: ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ଡକ୍ଟର ଦିଲ୍ଲୀପ ତିର୍କୀଙ୍କ ସହିତ ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି । ହକି ବିଶ୍ବକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାର  ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା ନିରୀକ୍ଷଣ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ ଆଦି ବୁଲି ଦେଖିଥିଲେ ଏହି ଟିମ୍ ।  ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ଥିଲେ ।

Related Articles

Back to top button