୨୦୨୩ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ ହକି ଟିମ୍

ଭୁବନେଶ୍ୱର: ବିଶ୍ୱକପ୍ ହକି ନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ସ୍ପେନ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ପୂର୍ବରୁ ଅନେକ ବିଦେଶୀ ଦଳ ଓଡ଼ିଶାରେ ପହଁଚିଥିବା ସ୍ପେନ ଆଜି ଓଡିଶାରେ ପହଞ୍ଚିଛନ୍ତି । ତେବେ ସ୍ପେନ୍ ଜାନିଆରୀ ୧୩ ତାରିଖରେ ଏହାକୁ ଥିବା ପୁରୁଷ ବିଶ୍ୱକପ୍ ହକିରେ ଭାରତ ବିପକ୍ଷରେ ପ୍ରଖମ ମ୍ୟାଚ୍ ଖେଳିବ । ।

ତେବେ ବିଶ୍ୱ ହକିକପ୍ ୨୦୨୩ ଓଡିଶାର ରାଉଲକେଲା ଏବଂ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଯାହାକୁ ନେଇ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉଲକେଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ । ଏହି ହକି ବିଶ୍ୱକପକୁ ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଉତ୍ସାହିତ ଥିବା ଜଣା ପଡିଛି ।

Related Articles

Back to top button