ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ପୁରସ୍କାର ରାଶି ଘୋଷଣା କଲା ICC

ଆଉ କେଇଟା ଦିନ ପରେ ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ଵ କପ୍ ୨୦୨୨। ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଆଇସିସି ଟୁର୍ଣ୍ଣାମେଣ୍ଟର ପୁରସ୍କାର ଅର୍ଥ ଘୋଷଣା କରିଛି। ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ପାଇଁ ମୋଟ୍ ୫.୬ ମିଲିୟନ ଡଲାରର ପୁରସ୍କାର ରାଶି ରଖାଯାଇଛି। ଭାରତୀୟ ମୁଦ୍ରା ହିସାବରେ ଏହି ରାଶି ପ୍ରାୟ ୪୫.୬୭ କୋଟି ଟଙ୍କା ହେବ। ଏଥିରେ ବିଜେତାଙ୍କୁ ସର୍ବାଧିକ ୧.୬ ମିଲିୟନ ଅର୍ଥାତ ୧୩ କୋଟି ଟଙ୍କା ମିଳିବ। ଉପବିଜେତାଙ୍କୁ ପାଖାପାଖି ୬.୫ କୋଟି ଟଙ୍କା ଦିଆଯିବ।

୧୬ଟି ଦଳକୁ ନେଇ ଏକ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍‌ରେ ପରାଜିତ ଦଳକୁ ୪ ଲକ୍ଷ ଆମେରିକୀୟ ଡଲାର ରାଶି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସୁପର ୧୨ରୁ ବାଦ୍ ପଡିବାକୁ ଥିବା ୮ ଦଳକୁ ୭୦ ହଜାର ଲେଖାଏଁ ଆମେରିକୀୟ ଡଲାର ଦିଆଯିବ।

ଟି-୨୦ ବିଶ୍ଵ କପ୍‌ ୨୦୨୨ର ପୁରସ୍କାର ରାଶି

ବିଜେତା- ୧୩ କୋଟି ଟଙ୍କା

ଉପ ବିଜେତା– ୬.୫ କୋଟି ଟଙ୍କା

ସେମି ଫାଇନାଲ୍‌ରେ ପରାଜିତ ଦଳ– ୩.୨୬ କୋଟି ଟଙ୍କା

ସୁପର ୧୨ରେ ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ଥିବା ଦଳ– ୩୩.୬୨ ଲକ୍ଷ ଟଙ୍କା

ସୁପର ୧୨ରୁ ବାଦ୍ ପଡିବାକୁ ଥିବା ପ୍ରତ୍ୟେକ ଦଳ– ୫୭.୦୯ ଲକ୍ଷ  ଟଙ୍କା

ପ୍ରଥମ ରାଉଣ୍ଡରେ ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ଥିବା ଦଳ– ୩୩.୬୨ ଲକ୍ଷ ଟଙ୍କା

ପ୍ରଥମ ରାଉଣ୍ଡରୁ ବାଦ୍ ପଡିବାକୁ ଥିବା ଦଳ– ୩୩.୬୨ ଲକ୍ଷ ଟଙ୍କା

ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ଵ କପ୍‌ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ରାଉଣ୍ଡରେ ଓ୍ଵେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ସମେତ ୮ଟି ଦଳ ମଧ୍ୟରେ ମୁକାବିଲା ହେବ। ଏଥିରୁ ୪ଟି ଦଳ  ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ଅକ୍ଟୋବର ୨୨ରୁ ସୁପର ୧୨ ମୁକାବିଲା ଆରମ୍ଭ ହେବ। ଏହି ଦିନ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ୧୨ର ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତୀୟ ଦଳ ଅକ୍ଟୋବର ୨୩ରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ବ କରିବ।

Related Articles

Back to top button