
ବିସିସିଆଇର ଆବେଦନ ପରେ ଇନ୍ଦୋର ପିଚ ରେଟିଂ ବଦଳାଇଲା ଆଇସିସି
ଇନ୍ଦୋର: ଇନ୍ଦୋର ପିଚ ନେଇ ବିସିସିଆଇର ସମ୍ମାନ ରକ୍ଷା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପିଚକୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଖରାପ ପିଚ ଶ୍ରେଣୀରେ ସାମିଲ କରିବା ସହ ଡିମେରିଟ୍ସ ପଂଏଟ ଦେଇଥିଲା । ଏହା ପରେ ମାର୍ଚ୍ଚ ୧୪ରେ ବିସିସିଆଇ ଏ ନେଇ ଆବେଦନ କରିଥିଲା । ସୋମବାର ଆଇସିସି ପିଚ ରେଟିଂରେ ପରିବର୍ତନ କରିଛି । ବର୍ତମାନ ୩ ଡିମେରିଟି ପଂଏଟ ବଦଳରେ ଏହି ପିଚକୁ ୧ ପଂଏଟ ପ୍ରଦାନ କରାଯାଇଛି । ଏହି ଟେଷ୍ଟରେ ଭାରତ ପରାଜିତ ହୋଇଥିଲା । ଅନ୍ତିମ ଟେଷ୍ଟ ଡ୍ର ରହିବା ଯୋଗୁ ଭାରତ ଏହି ସିରିଜକୁ ୨-୧ରେ ଜିତି ନେଇଥିଲା । ପ୍ରଥମ ଦିନ ୧୪ଟି ୱିକେଟର ପତନ ଘଟିଥିଲା । ଏଥିରୁ ୧୩ଟି ୱିକେଟ ସ୍ପିନରମାନେ ନେଇଥିଲେ ।