ଆଇସିସି ଦିନିକିଆ ବିଶ୍ୱକପ୍ ଆରମ୍ଭ: ପ୍ରଥମ ମ୍ୟାଚରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା

ଆଇସିସି ବିଶ୍ୱକପ୍‌ର ଆଜି ଉଦଘାଟନୀ ଦିବସରେ ଅହମଦାବାଦର ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ସେ ଆଜିର ମ୍ୟାଚରେ ଅନୁପସ୍ଥିତ ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୩୩ ଓଭରରେ ୪ ୱିକେଟ୍ ହରାଇ ୧୮୭ ରନ ସଂଗ୍ରହ କରିଛି।

Related Articles

Back to top button