ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଓ ସ୍ପିନର କୁଳଦୀପ୍‌ ଯାଦବଙ୍କ ଉନ୍ନତି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁୁ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତାରେ ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଓ ସ୍ପିନର କୁଳଦୀପ୍‌ ଯାଦବଙ୍କ ମାନ୍ୟତାରେ ଉନ୍ନତି ହୋଇଛି । ଅକ୍ଷର ୨୦ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୮ତମ ଓ କୁଳଦୀପ୍‌ ୧୯ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୪୯ତମ ସ୍ଥାନରେ ପହଞ୍ଚିଛନ୍ତି। ବର୍ତ୍ତମାନ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କୁଳଦୀପ ଯାଦବ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। କୁଳଦୀପ୍‌ ୧୧୩ରନ ଦେଇ ଦୁଇଟି ଇନିଂସରେ ୮ଟି ୱିକେଟ ନେଇଥିଲେ।ସେହିପରି ଅକ୍ଷର ପଟେଲ ୫ଟି ୱିକେଟ ନେଇ ୬୫୦ ରେଟିଂ ପଏଣ୍ଟ ହାସଲ କରି ୧୮ତମ ସ୍ଥାନରେ ପହଞ୍ଚିଛନ୍ତି। ଆହତ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ୪ର୍ଥ ଓ ରବିଚନ୍ଦ୍ରନ ଅଶ୍ବିନ ୫ମ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ ଶୁବମାନ ଗିଲ୍‌ ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୫୬ତମ ଓ ଚେତେଶ୍ବର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୬ତମ ସ୍ଥାନରେ ରହିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ପୂଜାରା ୯୦ ଓ ୧୦୨ରନ କରିଥିଲେ। ପୂଜାରା ୬୬୬୪ ପଏଣ୍ଟ ହାସଲ କରିଛନ୍ତି।ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୮୬ରନ କରିଥିବା ଶ୍ରେୟାସ ଆୟର ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୬ତମ ସ୍ଥାନରେ ରହିଛନ୍ତି। ଆହତ ପାଇଁ ପ୍ରଥମ ଟେଷ୍ଟ ଖେଳିପାରିନଥିବା ରୋହିତ ଶର୍ମା ୯ ଓ ବିରାଟ କୋହଲି ୧୨ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା​‌ ପାକିସ୍ତାନ ଅଧିନାୟକ ବାବର ଆଜାମ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ମୁର୍ନୁସ ଲାବୁସାନେ ୯୩୬ ପଏଣ୍ଟ ସହ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ବ୍ରିସବେନ ଟେଷ୍ଟରେ ପ୍ରଥମ ଇନିଂସରେ ୯୨ରନ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ଟ୍ରେଭିସ ହେଡ୍‌ ୮୦୦ ରେଟିଂ ପଏଣ୍ଟ ସହ ଜୀବନର ଶ୍ରେଷ୍ଠ ମାନ୍ୟତା ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୩ତମ ସ୍ଥାନରେ ରହିଥିବାବେଳେ ହ୍ୟାରି ବ୍ରୁକ୍‌ସ ୧୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୪୪ତମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗି​‌େ​‌ସା ରାବଡା ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩ୟ ସ୍ଥାନରେ ରହିଛନ୍ତି।

Related Articles

Back to top button