ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ହାତେଇଲା ଭାରତ

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ । ତେବେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ବାଙ୍ଗାଲୁରୁରେ ଖେଳାଯାଇଥିଲା । ଏହା ବାଙ୍ଗାଲୁରୁ ର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିବା ସହ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି ,ଟ୍ରଫି ନିଜ ନାଁରେ କରିଛି।

 

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ବ୍ୟାଟିଂ କରି ଦଳ ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ଟିମ୍ ଇଣ୍ଡିଆ ନିଜ ଇଂନିସରେ କେବଳ ୨ଟି ୱିକେଟ୍ ହରାଇଥିବାବେଳେ, ବାଂଲାଦେଶ ୨୦ ଓଭରରେ ମାତ୍ର ୧୫୭ ରନ୍ ସ୍କୋର କରିପାରିଥିଲା । ଆଉ ଶେଷକୁ ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଉପରେ କବଜା କରିଥିଲା ଟିମ୍ ଇଣ୍ଡିଆ । ସୂଚନାଯୋଗ୍ୟ ଯେ, ଏହା ଭାରତ ପାଇଁ ପ୍ରଥମ ବିଜୟ ନୁହେଁ ଏହାପୂର୍ବରୁ ଭାରତ ୨୦୧୨ ଓ ୨୦୧୭ରେ ମଧ୍ୟ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା । ଏହା ହେଉଛି ଭାରତ ର ତୃତୀୟ ବିଜୟ।

Related Articles

Back to top button