ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ: ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟ

ମୁମ୍ବାଇ: ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ। ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା। ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ମହାରାଷ୍ଟ୍ରର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର ଖେଳି ୫ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା। ୧୬୩ ରନ୍‌ର ଟାର୍ଗେଟ୍‌ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମାତ୍ର ୨ ରନ୍‌ରେ ସିରିଜର ପ୍ରଥମ ମ୍ୟାଚ୍ ହାରିଯାଇଛି।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତର କୌଣସି ବ୍ୟାଟର ଆଖିଦୃଶିଆ ବ୍ୟାଟିଂ କରିପାରି ନଥିଲେ। ଆଜି ଭାରତ ଭାରତ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୪୧* ରନ୍ କରିଥିବା ବେଳେ ଇଶାନ କିଶନ ୩୭ ଓ ଅକ୍ସର ପଟେଲ ୩୧* ରନ୍ କରିଥିଲେ।

ଆଜିର ମ୍ୟାଚ୍‌ ଓପନିଂ ଯୋଡ଼ି ଫେଲ୍ ମାରିଥିଲା। ୨.୩ ବଲ୍‌ରେ ୨୭ ରନ୍ ବେଳକୁ ଭାରତ ତାର ପ୍ରଥମ ୱିକେଟ୍ ହରାଇଥିଲା। ଶୁଭମନ ଗିଲ୍‌ ମାତ୍ର ୭ ରନ୍‌ କରି ଆଉଟ୍ ହୋଇଥିଲେ। ସେହିପରି ଆଜି ସୂର୍ଯ୍ୟଙ୍କ ତେଜ ବି ଫିକା ପଡ଼ିଯାଇଥିଲା। ସେ ମଧ୍ୟ ଆଜି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ସୂର୍ଯ୍ୟ କୁମାର ଯାଦବ ୭ ରନ୍ କରି କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।

ଅନ୍ୟପଟେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବଡ଼ ସ୍କୋର କରିବାର ବିଫଳ ହେବା ସହିତ ସେ ମାତ୍ର ୨୭ ବଲ୍‌ରେ ୨୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ସଞ୍ଜୁ ସାମସନଙ୍କ ବ୍ୟାଟ୍ ବି ଆଜି ଚାଲି ନଥିଲା। ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଶେଷ ବେଳକୁ ଦୀପକ ହୁଡ୍ଡା ଓ ଅକ୍ସର ପଟେଲ୍‌ ଟିମ୍‌କୁ ସମ୍ବାଳି ଦଳୀୟ ସ୍କୋରକୁ ୧୬୨ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଉଭୟ ଖେଳାଳି ନଟ୍‌ଆଉଟ୍ ରହିଥିଲେ।

Related Articles

Back to top button