ଇଣ୍ଡିଜ ବିପକ୍ଷରେ ଭାରତ ଫେଭରେଟ୍: ୨୦୦୬ ପରଠୁ ସିରିଜ୍ ହାରିନି ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ:  ଶୁକ୍ରବାର ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ପୋର୍ଟ ଅଫ ସ୍ପେନରେ ଏହି ମୁକାବିଲା ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ ଓ ଜସପ୍ରିତ ବୁମରାହଙ୍କ ଭଳି ଖେଳାଳିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି । ତେବେ ଦଳର ନେତୃତ୍ୱ ଭାର ଅନୁଭବୀ ବ୍ୟାଟର ଶିଖର ଧାଓ୍ୱନଙ୍କୁ ଦିଆଯାଇଛି ।

ତେବେ ଇତିହାସ ଉପରେ ନଜର ପକାଇଲେ ସିରିଜରେ ଭାରତର ପଲ୍ଲା ଭାରି ରହିଛି । କାରଣ ଭାରତ ୨୦୦୬ରୁ ଇଣ୍ଡିଜ ବିପକ୍ଷରେ ଗୋଟିଏ ହେଲେ ସିରିଜ୍ ହାରି ନାହିଁ । ୨୦୦୬ ପରଠୁ ଉଭଦ ଦଳ ମଧ୍ୟରେ ୧୧ଟି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇଛି । ଯେଉଁଥିରେ ଭାରତ ଅଜେୟ ରହିଛି ।

ଏହି ସମୟରେ ଭାରତ ମୋଟ୍ ୪ ଥର ଇଣ୍ଡିଜ ଗସ୍ତ କରିଛି । ଅନ୍ୟପକ୍ଷରେ ଇଣ୍ଡିଜ ଟିମ୍ ୭ ଥର ଭାରତ ଗସ୍ତରେ ଆସିଛି । ଯେଉଁଥିରେ ଭାରତ ଅପରାଜେୟ ରହିଛି । ୨୦୦୯ରୁ ୨୦୧୯ ମଧ୍ୟରେ ଭାରତ ଇଣ୍ଡିଜ ମାଟିରେ ୧୭ ମ୍ୟାଚ୍ ଖେଳିଛି । ଯେଉଁଥିରେ ଭାରତ ୧୦ଟିରେ ବିଜୟୀ ହୋଇଛି । ଇଣ୍ଡିଜ ୪ ଥର ଜିତିଥିବା ବେଳେ ୩ଟି ମ୍ୟାଚ୍ ଡ୍ର ରହିଛି ।

ଉଭୟ ଦେଶ ମଧ୍ୟରେ ୧୩୬ଟି ଦିନିକିଆ ଖେଳାଯାଇଛି । ଯେଉଁଥିରେ ଭାରତ ୬୭ଟି ମୁକାବିଲା ଜିତିଛି । ଏହାସହ କାରବିୟାନ ଟିମ୍ ୬୩ ମ୍ୟାଚରେ ବିଜୟଲାଭ କରିଛି । ଏହାବ୍ୟତୀତ ଚାରୋଟି ମ୍ୟାଚ ଡ୍ର ରହିଛି ।  ସେହିପରି ମୋଟ୍ ୨୨ଟି ସିରିଜ୍ ମଧ୍ୟରେ ମେନ୍ ଇନ୍ ବ୍ଲୁ ୧୪ଟି ନିଜ ନାଁରେ କରିଥିବା ବେଳେ ଇଣ୍ଡିଜ ଟିମ୍ 8ଟିରେ ବିଜୟର ସ୍ୱାଦ ଚାଖିଛି ।

Related Articles

Back to top button