ମହିଳା ଟି -୨୦ ବିଶ୍ୱକପ ୨୦୨୩: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକାରେ ଟ୍ରାଇ-ସିରିଜ ପାଇଁ ବୁଧବାର ହରମନପ୍ରୀତ କୌରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ସିନିୟର ଫାଷ୍ଟ ବୋଲର ଶିଖା ପାଣ୍ଡେ ଅକ୍ଟୋବର ୨୦୨୧ ରେ ଶେଷ ଟି-ଟ୍ୱେଣ୍ଟି ଖେଳିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୩ ଫେବୃଆରୀ ୧୦ ରେ ଆରମ୍ଭ ହେବାକୁ ଯାଉଛି ଏବଂ ଫେବୃଆରୀ ୧୨ ରେ କେପଟାଉନରେ ପାକିସ୍ତାନ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ଏହା ପରେ ସମାନ କେପଟାଉନରେ ୱେଷ୍ଟଇଣ୍ଡିଜ୍‌କୁ ୧୫ ତାରିଖରେ ଭେଟିବ । ୧୮ ତାରିଖରେ ଇଂଲଣ୍ଡ ଏବଂ ୨୦ ତାରିଖରେ ଶେଷ ଲିଗ୍ ମ୍ୟାଚ୍‌ରେ ଆୟରଲ୍ୟାଣ୍ଡକୁ ଭେଟିବ ।

ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ପାକିସ୍ଥାନ ଏବଂ ଆୟର୍ଲାଣ୍ଡ ସହିତ ଭାରତ ଗ୍ରୁପ୍ ୨ରେ ଅଛି । ଗ୍ରୁପ୍ ପର୍ଯ୍ୟାୟ ଶେଷରେ ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ଖେଳିବେ । ଫାଇନାଲ ୨୬ ଫେବୃଆରୀରେ ଅନୁଷ୍ଠିତ ହେବ ।

ଦଳରେ ରିଜର୍ଭ ଖେଳାଳି ଭାବେ ସାବିନେନି ମେଘନା, ସ୍ନେହ ରାଣା, ମେଘନା ସିଂ ରହିଛନ୍ତି। ସେହିପରି ପୂଜା ଭାଷ୍ଟ୍ରକରଙ୍କ ଫିଟ୍‌ ହେବ ସର୍ତ୍ତରେ ଦଳରେ ସାମିଲ ହେବା ବୋଲି କୁହାଯାଇଛି।

Related Articles

Back to top button