ହକିପ୍ରେମୀ ନିରାଶ, ହକି ବିଶ୍ୱକପ୍ କ୍ରସଓଭର ଫାଇଟ୍ ହାରିଲା ଭାରତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଷ ହକି ବିଶ୍ୱକପର  ପ୍ରଥମ କ୍ରସଓଭର ମ୍ୟାଚରେ ସ୍ପେନ ପେନାଲ୍ଟି ଶୁଟ୍ ଆଉଟରେ ମାଲେସିଆକୁ ୪-୩ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ତେବେ ଆଜି ଭାରତ ତା’ର ପ୍ରଥମ ୩ଟି ଗୋଲ ଦେଇ ୩-୦ରେ ଆଗୁଆ ରହିଥିଲା । ମାତ୍ର ଏହାପରେ ନ୍ୟୁଜିଲାଣ୍ଡ ୩-୩ ସ୍ଥିତିକୁ ନେଇ ଆସିଥିଲା । ପରେ ପେନାଲ୍ଟି ଶୁଟଆଉଟରେ ଭାରତ ପରାସ୍ତ ହୋଇଥିଲା । ନ୍ୟୁଜିଲାଣ୍ଡ ଏବେ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ।

ହକି ବିଶ୍ୱକପର ଫର୍ମାଟ ଅନୁଯାୟୀ, ପ୍ରତ୍ୟେକ ପୁଲର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ପାଇଁ ଆଜିଠାରୁ କ୍ରସଓଭର ମୁକାବିଲା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ପୁଲ-ସି’ର ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନରେ ଥିବା ସ୍ପେନ, ପୁଲ-ଡି’ର ଦ୍ୱିତୀୟ ସ୍ଥାନରେ ଥିବା ଭାରତ ସହ ପୁଲ-ସି’ର ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଖେଳିବା ନେଇ ସ୍ଥିର ହୋଇଥିଲା । ଏହି ମ୍ୟାଚରେ ପରାସ୍ତ ହେବା ଅର୍ଥ ବିଶ୍ୱକପରୁ ବିଦା ହେବା ଥୟ । ଦୀର୍ଘ ୪୮ ବର୍ଷ ପରେ ଭାରତ ଏଥର ପଦକ ଜିତିବାକୁ ପ୍ରୟାସ କରିବ । ଯଦି ଆଜି ଭାରତ ବିଜୟୀ ହୁଏ, ତେବେ ଆସନ୍ତା ୨୪ ତାରିଖରେ ବେଲଜିୟମ ସହ କ୍ୱାର୍ଟର ଫାଇନାଲ ମୁକାବିଲା ହେବ ।

Related Articles

Back to top button