
ଆଇସିସି ଦିନିକିଆ ଟିମ୍ ରାଙ୍କିଙ୍ଗରେ ୩ୟ ସ୍ଥାନ ବଜାୟ ରଖିଲା ଭାରତ
ଦୁବାଇ: ଆଇସିସିର ଦିନିକିଆ ଟିମ୍ ରାଙ୍କିଙ୍ଗ ପ୍ରକାଶ ପାଇଛି। ଜିମ୍ବାଓ୍ବେ ବିପକ୍ଷରେ କ୍ଲିନ ସୁଇପ୍ ଯୋଗୁ ଭାରତ ଏହାର ୩ୟ ସ୍ଥାନ ବଜାୟ ରଖିପାରିଛି। ବର୍ତ୍ତମାନ ଭାରତର ରେଟିଂ ପଏଣ୍ଟ ୧୧୧ରେ ପହଞ୍ଚିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ବିଜୟ ସହ ନ୍ୟୁଜିଲାଣ୍ଡ ୧୨୪ ରେଟିଂ ପଏଣ୍ଟ ସହ ୧ମ ସ୍ଥାନରେ ରହିଛି। ଇଂଲଣ୍ଡ ୧୧୯ ରେଟିଂ ପଏଣ୍ଟ ସହ ୨ୟ ସ୍ଥାନ ଅଧିକାର କରିଛି। ତେବେ ଅକ୍ଟୋବର ୬ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଘରୋଇ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ଏଥିରେ ଭଲ ପ୍ରଦର୍ଶନ କଲେ ରେଟିିଂ ପଏଣ୍ଟରେ ଉନ୍ନତି ଘଟିବ।