ଅଗଷ୍ଟରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଅଗଷ୍ଟରେ ଭାରତୀୟ କ୍ରିକେଟ ଦଳ ଜିମ୍ବାଓ୍ବେ ଗସ୍ତରେ ଯିବ। ଏଥିଲାଗି ବିଧିବଦ୍ଧ ଭାବେ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ହେଁ ଆଇସିସି ଦିନିକିଆ ସୁପର ଲିଗ୍‌ର ଏକ ଅଂଶସ୍ବରୂପ ଭାରତ ତିନୋଟି ମ୍ୟାଚ ଖେଳିବ। ସମ୍ଭବତଃ ଅଗଷ୍ଟ ୧୮, ୨୦ ଓ ୨୨ରେ ଖେଳାଯାଇପାରେ ବୋଲି କୁହାଯାଉଛି।

ତେବେ ଏହି ସିରିଜ ଜିମ୍ବାଓ୍ବେ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆସନ୍ତାବର୍ଷ ହେବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ ଲାଗି ପଏଣ୍ଟ ସଂଗ୍ରହ କରିହେବ। ଏହି ସିରିଜ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ସ୍ମରଣୀୟ ହେବ ବୋଲି ଜିମ୍ବାଓ୍ବେ କ୍ରିକେଟର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ୬ ବର୍ଷ ମଧ୍ୟରେ ଏହି ଆଫ୍ରିକୀୟ ଦେଶକୁ ଭାରତର ଏହା ପ୍ରଥମ ଟୁର ହେବ। ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୨୦୧୬ ଜୁନ୍‌-ଜୁଲାଇରେ ତିନି ଅନ୍ତର୍ଜାତୀୟ ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ଖେଳିଥିଲା।

Related Articles

Back to top button