
ଓ୍ବାର୍ଲ୍ଡ ଚାମ୍ପିୟନସିପ ଅଫ ଲିଜେଣ୍ଡସ୍ ୨୦୨୪ରେ ଆଜି ମୁହାଁମୁହିଁ ହେବେ ଭାରତ ପାକିସ୍ତାନ
ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନର ଦଳ। ଖେଳାଯାଉଥିବା ଓ୍ବାର୍ଲ୍ଡ ଚାମ୍ପିୟନସିପ ଅଫ ଲିଜେଣ୍ଡସ୍ ୨୦୨୪ରେ ଇଣ୍ଡିଆ ଚାମ୍ପିୟନ୍ସ ଏବଂ ପାକିସ୍ତାନ ଚାମ୍ପିୟନ୍ସ ଦଳ ଫାଇନାଲରେ କରିଛନ୍ତି ପ୍ରବେଶ। ଇଣ୍ଡିଆ ଚାମ୍ପିୟନ୍ସ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଏବଂ ପାକିସ୍ତାନ ଚାମ୍ପିୟନ୍ସ ସେମିଫାଇନାଲରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଟାଇଟଲ ମ୍ୟାଚରେ ପାଇଛି ସ୍ଥାନ। ଏହି ଟି -୨୦ଲିଗ ର ଫାଇନାଲ ୨୦୦୭ ଟି -୨୦ ବିଶ୍ୱକପ ଇତିହାସକୁ ପୁନରାବୃତ୍ତି କରିପାରେ, କାରଣ ଉଭୟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ୨୦୦୭ଟି -୨୦ ବିଶ୍ୱକପ୍ ଫାଇନାଲର ମଧ୍ୟ ଅଂଶ ଥିଲେ। ଓ୍ବାଲର୍ଡ ଚାମ୍ପିୟନସିପ ଅଫ ଲିଜେଣ୍ଡସ୍ ୨୦୨୪ରେ ଇଣ୍ଡିଆ ଚାମ୍ପିୟନ୍ସ ଏବଂ ପାକିସ୍ତାନ ଚାମ୍ପିଅନ୍ସ ମଧ୍ୟରେ ଅନ୍ତିମ ମ୍ୟାଚ ଆଜି ଅର୍ଥାତ୍ ଜୁଲାଇ ୧୩ ଶନିବାର ଦିନ ବର୍ମିଂହାମର ଏଡବାଷ୍ଟନ ଠାରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ରାତି ୯ ଟାରୁ ହେବ ଆରମ୍ଭ।