ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ୮ ୱିକେଟରେ ଜିତିଲା ଭାରତ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦମଦାର ବିଜୟ । ଆଜିର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ଶୋଚନୀୟ ପରାଜୟ ବରଣ କରିଛି । ଟସ୍‌ ଜିତି ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ଦକ୍ଷିମ ଆଫ୍ରିକା ଭାରତକୁ ୧୦୭ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ୧୬.୪ ଓଭରରେ ୨ ୱିକେଟ ହରାଇ ଟାର୍ଗେଟ ହାସଲ କରିଛି ।

ସୂର୍ଯ୍ୟକୁମାର ଏବଂ ଲୋକେଶ ରାହୁଲ ଦମ୍‌ଦାର୍‌ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ । ପ୍ରଥମ ଟି୨୦ ମ୍ୟାଚ ଜିତିବା ପରେ ଭାରତ ୩ ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ।

Related Articles

Back to top button