ଶ୍ରୀଲଙ୍କାକୁ ହରାଇ ରେକର୍ଡ ସପ୍ତମ ଥର ଏସିଆ କପ୍ ଚାମ୍ପିଅନ ହେଲା ଭାରତ

ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶନିବାର ସିଲହଟ୍‌ରେ ରଚିଛି ନୂତନ ଇତିହାସ। ଦଳ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ହରାଇ ରେକର୍ଡ ସପ୍ତମ ଥର ଏସିଆ କପ୍ ଚାମ୍ପିଅନ ହୋଇଛି। ଭାରତୀୟ ବୋଲରଙ୍କ ଅଦ୍ଭୁତ ପ୍ରଦର୍ଶନ ପରେ ସ୍ମୃତି ମନ୍ଧାନାଙ୍କ  ବିସ୍ଫୋରକ( ଅପରାଜିତ ୫୧ ରନ) ବଳରେ ଭାରତ ଶ୍ରୀଲଙ୍କାକୁ ଫାଇନାଲ୍‌ ମ୍ୟାଚ୍‌ରେ ୮ ଓ୍ଵିକେଟ୍‌ରେ ହରାଇଛି।

ମ୍ୟାଚ୍ ପରେ ଅଧିନାୟକ ହରମନପ୍ରୀତ କୌର ମ୍ୟାଚ୍ ପରେ କହିଛନ୍ତି, ଏହି ବିଜୟର ସମସ୍ତ ଶ୍ରେୟ ବୋଲରଙ୍କର। ଆଜି ଆମର ବୋଲିଂ ଏବଂ ଫିଲ୍ଡିଂ ଚମତ୍କାର ରହିଛି। ଆପଣଙ୍କୁ ପିଚ୍‌କୁ ପଢି ସେହି ହିସାବରେ ଫିଲ୍‌ଡରଙ୍କୁ ରଖିବାକୁ ପଡିଥାଏ। ଆମେ ଏମିତି କଲୁ ଏବଂ ଏହାର ଲାଭ ଆମକୁ ମିଳିଛି। ଆମେ ସ୍କୋର ବୋର୍ଡକୁ ନଦେଖି ଛୋଟ ଛୋଟ ଲକ୍ଷ୍ୟକୁ ହାସଲ କରିବାକୁ ପ୍ରୟାସ କରିଥିଲୁ।

ଏହା ହେଉଛି ମହିଳା ଏସିଆ କପ୍‌ର ଅଷ୍ଟମ ସଂସ୍କରଣ। ଆଉ ଏଥିରୁ ଭାରତ ହିଁ ସାତ ଥର ଚାମ୍ପିଅନ ହୋଇଛି। ଭାରତ ମହିଳା ଦଳ ଚାରି ଥର ଦିନିକିଆ ଫର୍ମାଟ୍‌ରେ ଖେଳା ଯାଇଥିବା ଏସିଆ କପ୍‌ ଜିତିଥିବା ବେଳେ ତିନି ଥର ଟି-୨୦ ଫର୍ମାଟ୍‌ରେ ଚାମ୍ପିଅନ ହୋଇଛି। ୨୦୧୮ ସଂସ୍କରଣକୁ ବାଦ୍ ଦେଲେ ବାକି ସମସ୍ତ ସଂସ୍କରଣରେ ଭାରତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଭାରତୀୟ ମହିଳା ଦଳ ଏହା ପୂର୍ବରୁ ୨୦୦୪, ୨୦୦୫-୦୬, ୨୦୦୮, ୨୦୧୨ ଏବଂ ୨୦୧୬ରେ ଏସିଆ  କପ୍‌ ବିଜୟୀ ହୋଇଥିଲା। କେବଳ ୨୦୧୮ରେ ବାଂଲାଦେଶ ହାତରୁ ଭାରତ ଫାଇନାଲ୍‌ରେ ପରାଜିତ ହୋଇଥିଲା।

ଆଜିର ଫାଇନାଲ୍‌ ମୁକାବିଲାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୬୫ ରନ କରିଥିଲା। ଦଳ ପକ୍ଷରୁ ମାତ୍ର ଦୁଇ ଜଣ ବ୍ୟାଟସମ୍ୟାନ ଓ ରାଣାସିଙ୍ଘେ(୧୩) ଏବଂ ରଣଓ୍ଵିରା(୧୮) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଜବାବରେ ସ୍ମୃତି ମନ୍ଧାନାଙ୍କଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୮.୩ ଓଭରରେ ୨ ଓ୍ଵିକେଟ୍ ହରାଇ ୭୧ ରନ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମନ୍ଧାନା ୨୫ ବଲ୍‌ରୁ ୬ ଚୌକା ଏବଂ ୩ ଛକା ସହ ୫୧ ରନ କରିଥିଲେ। ଅଧିନାୟକ ହରମନପ୍ରୀତ କୌର ୧୧ ରନରେ ଅପରାଜିତ ଥିଲେ।

Related Articles

Back to top button