ପୁରୁଷ, ମହିଳା କ୍ରିକେଟର୍‌ଙ୍କୁ ସମାନ ମ୍ୟାଚ୍‌ ଫି’ – ବିସିସିଆଇ ପକ୍ଷରୁ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତରେ କ୍ରିକେଟ ବୋର୍ଡ(ବିସିସିଆଇ) ମହିଳା କ୍ରିକେଟ ଖେଳାଳିଙ୍କ ବିଷୟରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକ ଭାରତୀୟ ମହିଳା ଏବଂ ପୁରୁଷ କ୍ରିକେଟର୍‌ଙ୍କୁ ସମାନ ମ୍ୟାଚ୍‌ ଫି’ ଦିଆଯିବ। ବିସିସିଆଇ ସଚିବ ଜୟ ଶାହା ମ୍ୟାଚ ଫି ବିଷୟରେ ଜୟ ଶାହା ଟୁଇଟ୍‌ କରିଛନ୍ତି। ଏଥିରେ ସେ ମହିଳା ଖେଳାଳିଙ୍କ ମ୍ୟାଚ ଫି’ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଜୟ ଶାହା ତାଙ୍କ ଟୁଇଟ୍‌ରେ କହିଛନ୍ତି, ବିସିସିଆଇ ମହିଳା କ୍ରିକେଟରଙ୍କୁ ପୁରୁଷ କ୍ରିକେଟର୍‌ଙ୍କ ଭଳି ମ୍ୟାଚ ଫି’ ପ୍ରଦାନ କରାଯିବ। ଟେଷ୍ଟ (୧୫ ଲକ୍ଷ ଟଙ୍କା), ଦିନିକିଆ (୬ ଲକ୍ଷ ଟଙ୍କା), ଟି-୨୦ (୩ ଲକ୍ଷ ଟଙ୍କା)। ସମାନ ଦରମା ଆମର ମହିଳା କ୍ରିକେଟରଙ୍କ ପ୍ରତି ମୋର ପ୍ରତିବଦ୍ଧତା ଏବଂ ମୁଁ ଆପେକ୍ସ କାଉନସିଲକୁ ଧନ୍ୟବାଦ ଦେଉଛି। ଜୟ ହିନ୍ଦ।

ଏହାପୂର୍ବରୁ ଏହି ନିୟମ ନ୍ୟୁଜିଲାଣ୍ଡରେ କାର୍ଯ୍ୟକାରୀ ହୋଇଛି। ନ୍ୟୁଜିଲାଣ୍ଡର ମହିଳା ଜାତୀୟ ଦଳ ଏବଂ ଘରୋଇ ମହିଳା ଖେଳାଳିମାନେ ପୁରୁଷଙ୍କ ଭଳି ସମାନ ମ୍ୟାଚ ଫି’ ପାଉଛନ୍ତି।

Related Articles

Back to top button