ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଭାରତୀୟ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ଭାରତକୁ ଦେଇଛନ୍ତି ଷଷ୍ଠ ପଦକ

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଭାରତୀୟ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ଭାରତକୁ ଷଷ୍ଠ ପଦକ ଦେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତିରେ ଏହା ଭାରତର ପ୍ରଥମ ପଦକ। ଏହି ପଦକ ଜିତିବାର ଖୁସିରେ ଅମନ ସେହରାୱତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି । ପୁରୁଷ ଫ୍ରିଷ୍ଟାଇଲ ୫୭ କେଜି ଓଜନ ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା କାଂସ୍ୟ ପଦକ ଜିତିଛନ୍ତି। ଅମନ କାଂସ୍ୟ ପଦକ ମ୍ୟାଚ୍ ପୁଏର୍ତୋ ରିକୋର ଡାରିଆନ୍ କ୍ରୁଜ୍‌ଙ୍କ ବିପକ୍ଷରେ ଖେଳିଥିଲେ।ଅମନଙ୍କ ଏହି ବିଜୟ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, “ଆମ କୁସ୍ତିଯୋଦ୍ଧାଙ୍କ ପାଇଁ ଅଧିକ ଗର୍ବ! ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ ୫୭ କେଜି ଓଜନ ବର୍ଗରେ କାଂସ୍ୟ ପଦକ ଜିତିଥିବାରୁ ଅମନ ସେହରାଓ୍ଵତଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ନିଷ୍ଠା ସ୍ପଷ୍ଟ ଭାବେ ଦେଖାଯାଉଛି। ସମଗ୍ର ଦେଶ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଖୁସି ପାଳନ କରୁଛି।

Related Articles

Back to top button