ଟି୨୦ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଡକୱର୍ଥ ଲୁଇସ ନିୟମରେ ଇଂଲଣ୍ଡକୁ ଆୟର୍ଲାଣ୍ଡ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇ ଯାଇଥିଲା। ଆଣ୍ଡ୍ର‌୍ୟ ବାଲବର୍ନି ସର୍ବାଧିକ ୬୨ ରନ କରିଥିଲେ। ବର୍ଷା ଯୋଗୁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା। ୧୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲା। ଏହା ପରେ ପୁନର୍ବାର ବର୍ଷା ଯୋଗୁ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ ଥିଲା।

ଡି/ଏଲ ନିୟମ ଅନୁସାରେ ସେ ସମୟରେ ଇଂଲଣ୍ଡ ଦଳକୁ ୧୧୧ ରନ କରିବା ଜରୁରୀ ଥିଲା । ଫଳରେ ଆୟର୍ଲାଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା । ପାୱାରପ୍ଲେରେ ବ୍ୟାଟ୍ସମ୍ୟାନଙ୍କ ଖରାପ ବ୍ୟାଟିଂ ଦଳ ପାଇଁ କାଳ ହୋଇଥିଲା । ୨୦୧୦ରେ ଇଂଲଣ୍ଡ ବିଶ୍ୱକପ ଚାମ୍ପିୟନ ହୋଇଥିଲା ।

Related Articles

Back to top button