
ରୋହିତ ରାଜନୀତିରେ ପାଦ ଥାପି ପାରନ୍ତି ବୋଲି କରାଯାଉଛି ଅନୁମାନ
ଟି-୨୦ ଫର୍ମାଟରୁ ଅବସର ନେଇଥିବା କ୍ରିକେଟର ରୋହିତ ଶର୍ମା ଏବେ ଟେଷ୍ଟ ଫର୍ମାଟରୁ ମଧ୍ୟ ଅବସର ନେଇଛନ୍ତି । ଅବସର ନେବା ପରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସରକାରୀ ବାସଭବନରେ ଯାଇ ତାଙ୍କୁ ଦେଖା କରିଛନ୍ତି । ଏହି ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରୋହିତ ରାଜନୀତିରେ ପାଦ ଥାପି ପାରନ୍ତି ବୋଲି ଅନୁମାନ କରାଯାଉଛି।ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋକୁ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ସରକାରୀ ବାସଭବନକୁ ସ୍ବାଗତ ଜଣାଉଛି । ତାଙ୍କ ସହ ସାକ୍ଷାତ କରିବା ପରେ ମତେ ବହୁତ ଖୁସି ଲାଗିଲା । ଟେଷ୍ଟରୁ ସନ୍ୟାସ ନେବା ପରେ ତାଙ୍କ ପରବର୍ତ୍ତୀ କ୍ୟାରିୟର ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।
ମଇ ୭ ତାରିଖ ଦିନ କ୍ରିକେଟର ରୋହିତ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ରୋହିତ ଶର୍ମା ୬୭ଟି ଟେଷ୍ଟ ମ୍ୟାଚରେ ୧୨ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ସହ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଅଷ୍ଟ୍ରଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଅଧିନାୟକ ଥିଲେ ରୋହିତ । ଅଧିନାୟକ ଭାବରେ ତାଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। ଏବେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ ପାଇଁ ନୂତନ ଅଧିନାୟକ ବାଛିବାକୁ ପଡିବ।