ଏସିଆ କପରୁ ଓହରିଲେ ଜାଡେଜା, ଦଳରେ ସାମିଲ ହେଲେ ଅକ୍ଷର

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ବାକି ତକ ମ୍ୟାଚରୁ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓହରି ଯାଇଛନ୍ତି । ବିସିସିଆଇ ସେକେଟାରୀ ଜୟ ଶାହ ଏ ନେଇ ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ପାକିସ୍ତାନ ଓ ହଂକଂ ବିପକ୍ଷ ମ୍ୟାଚରେ ସେ ଖେଳିଥିଲେ । ଡାହଣ ଗୋଡର ଆଂଠୁରେ ସେ ଆଘାତପ୍ରାପ୍ତ ହୋଇଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୩୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବା ସହ ହଂକଂ ବିପକ୍ଷରେ ୪ ଓଭରରେ ୧୫ରନ ନେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଶୁକ୍ରବାର ପାକିସ୍ତାନ ଓ ହଂକଂ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭାରତ ସୁପର ଫୋରରେ ଭେଟିବ । ପାକିସ୍ତାନ ପଲା ଏହି ମ୍ୟାଚରେ ଭାରୀ ଥିବାରୁ ଭାରତ-ପାକ ମଧ୍ୟରେ ପୁନର୍ବାର ମୁକାବିଲା ହୋଇପାରେ । କ୍ରମାଗତ ୨ଟି ମ୍ୟାଚରେ ବିଜୟ ହାସଲ କରି ଭାରତ ଜବରଦସ୍ତ ଫର୍ମରେ ରହିଛି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭ ଖବର ବୋଲି ବିବେଚନା କରାଯାଉଛି ।

Related Articles

Back to top button