୩୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବେ ବୁମରା

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ ଜୁଲାଇ ୧ରୁ ଖେଳାଯିବ। କିନ୍ତୁ କରୋନା ସଂକ୍ରମିତ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରୁ ବାଦ୍‌ ପଡିଛନ୍ତି। ରୋହିତଙ୍କ ସ୍ଥାନରେ ଜଶପ୍ରୀତ ବୁମ୍‌ରାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏହା ସହିତ ବୁମରା ମଧ୍ୟ ଏକ ପୁରୁଣା ରେକର୍ଡ ଭାଙ୍ଗିବେ। ୩୫ ବର୍ଷ ପରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାରେ ବୁମ୍‌ରା ପ୍ରଥମ ଦ୍ରୁତ ବୋଲର ହେବେ। ଶେଷ ଥର ପାଇଁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କପିଲ ଦେବ ଥିଲେ। ୧୯୮୭ରେ ଅଧିନାୟକତ୍ୱରୁ ବାଦ୍‌ ପଡିଥିଲେ। ସେବେଠାରୁ କୌଣସି ଦ୍ରୁତ ବୋଲର ଭାରତୀୟ ଟେଷ୍ଟ ଦଳର ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ୧୯୩୨ ମସିହାରେ ଭାରତ ପ୍ରଥମ ଟେଷ୍ଟ ଖେଳିଥିଲା ଏବଂ ସେହି ଦିନଠାରୁ ଦଳର ନେତୃତ୍ୱ ନେବାରେ ବୁମ୍‌ରା ୩୬ତମ କ୍ରିକେଟର ହେବେ।

Related Articles

Back to top button