ଭାରତର ନମ୍ୱର ୱାନ୍‌ ମହିଳା ସିଙ୍ଗିଲ୍‌ ଟେନିସ୍‌ ଖେଳାଳି ହେଲେ

ନୂଆଦିଲ୍ଲୀ: ଅଙ୍କିତା ରାଇନାଙ୍କୁ ପଛରେ ପକାଇ କର୍ମନ କୌର ଥାଣ୍ଡି ଏବେ ଭାରତର ନମ୍ୱର ୱାନ୍‌ ମହିଳା ସିଙ୍ଗିଲ୍‌ ଟେନିସ୍‌ ଖେଳାଳୀ ହୋଇଛନ୍ତି। ରବିବାର କାନାଡ଼ାର ସାଗୁଆନେରେ ଡବ୍ଲୁ ୬୦ ଆଇଟିଏଫ ଟୁର୍ଣ୍ଣାମେଣ୍ଟ ୨୦୨୨ରେ ସେ ଜିତି ଏହି ସ୍ଥାନ ଅଧିକାର କରିଛନ୍ତି। ଅଲମ୍ପିକ୍ସ ଡଟ୍‌କମ୍‌ ଅନୁସାରେ, କର୍ମନଙ୍କ କ୍ୟାରିଅରରେ ସିଙ୍ଗିଲ୍‌ ଟାଇଟେଲ୍‌ ଜିତିବାରେ ଏହା ସବୁଠୁ ବଡ଼ ବିଜୟ। ଏହି ବିଜୟ ଫଳରେ ମହିଳା ଟେନିସ୍‌ ଆସୋସିଏସନ ରେଙ୍କିଙ୍ଗରେ କର୍ମନଙ୍କ ସ୍ଥାନ ୨୧୭ରୁ ୯୧ଟି ରେଙ୍କ ବଢ଼ିଛି। ଅନ୍ୟପଟେ ଏଥିରେ ଅଙ୍କିତା ରାଇନାଙ୍କ ସ୍ଥାନ ୨୯୭ରୁ ୧୩ଟି ରେଙ୍କ୍‌ କମିଛି।

ଏହି ରେଙ୍କିଙ୍ଗରେ ରୁତୁଜା ଭୋସଲେ ୯ଟି ରେଙ୍କ ତଳେ ୪୧୧ ସ୍ଥାନରେ ଅଛନ୍ତି, ରିୟା ଭାଟିଆ ୪୯୦ ୱାର୍ଲଡ ରେଙ୍କିଙ୍ଗରୁ ୫ଟି ସ୍ଥାନ ତଳକୁ ଖସିଛନ୍ତି, ଏବଂ ସହଜା ୟମାପଲ୍ଲିଙ୍କର ୱାର୍ଲଡ ରେଙ୍କରେ ୨୦ଟି ସ୍ଥାନ ବଢ଼ିଛି। ଏହି ଖେଳାଳିମାନେ ଭାରତର ଟପ୍‌ ଫାଇବ୍‌ ମହିଳା ଟେନିସ୍‌ ସିଙ୍ଗିଲ୍‌ ପ୍ଲେୟାର୍‌। କାନାଡ଼ାର କାଥେରାଇନ୍‌ ସେବଭ୍‌ଙ୍କ ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌ ଖେଳି କର୍ମନ କୌର ୩-୬, ୬-୪, ୬-୩ ବାଉନ୍ସ ବେକ୍‌ରେ ଟୁର୍ଣ୍ଣାମେଣ୍ଟ ଜିତିଥିଲେ।

୨୦୧୮ରେ କର୍ମନ ତାଙ୍କ କ୍ୟାରିଅର୍‌ରେ ସର୍ବଶ୍ରେଷ୍ଠ ରାଙ୍କିଙ୍ଗ ୧୯୬ ହାସଲ କରିଥିଲେ। ସାଗୁଆନେର ବିଜୟ କର୍ମନଙ୍କ ତୃତୀୟ ସିଙ୍ଗଲ ଟାଇଟଲ୍‌ ଓ ଚଳିତ ବର୍ଷ ଦ୍ୱିତୀୟ ଥର ଅଟେ। ଜୁନ୍‌ ମାସ ଗୁରଗାଓଁରେ ହୋଇଥିବା ଡବ୍ଲୁ ୨୫ ଟୁର୍ଣ୍ଣାମେଣ୍ଟ ସେ ଜିତିଥିଲେ। ୨୦୧୮ରେ ହଙ୍ଗକଙ୍ଗରେ ମେଡେନ୍‌ ସିଙ୍ଗିଲ୍‌ ଟାଇଟେଲ୍‌ ମଧ୍ୟ କର୍ମନ ଜିତିଥିଲେ।

Related Articles

Back to top button