ପ୍ୟାରିସରେ ପତ୍ନୀ ଓ ଝିଅଙ୍କ ସହ ଛୁଟି କାଟୁଛନ୍ତି ବିରାଟ କୋହଲି

ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଏକ ମାସର ବିରତି ମିଳିଛି । ଏହି କାରଣରୁ ସେ ବର୍ତ୍ତମାନ ସେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅଛନ୍ତି । କୋହଲି ପରିବାର ଛୁଟିଦିନ ପାଇଁ ଏଠାକୁ ଆସିଛନ୍ତି । ବଲିଉଡ ଅଭିନେତ୍ରୀ ତଥା କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରୁ ଏହି ସୂଚନା ମିଳିଛି ।

ଅନୁଷ୍କା ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହେଲୋ ପ୍ୟାରିସ୍ ଲେଖିଛନ୍ତି । କହିଛନ୍ତି ଯେ ଆମେ ଏବେ ବର୍ତ୍ତମାନ ପ୍ୟାରିସରେ ଅଛୁ । ନିକଟରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ, ଟି-୨୦ ଏବଂ ପରେ ODI ମ୍ୟାଚ୍ ଖେଳିବା ପରେ ବିରାଟ କୋହଲି ଫ୍ରି ହୋଇଯାଇଛନ୍ତି । ଏବେ ତାଙ୍କୁ ଆଗାମୀ ଏକ ମାସ ପାଇଁ କୌଣସି ସିରିଜ୍ ଖେଳିବାକୁ ପଡ଼ିବ ନାହିଁ ।

ଅଗଷ୍ଟରେ ଟିମ୍ ଇଣ୍ଡିଆକୁ ଜିମ୍ବାୱେ ଗସ୍ତରେ ଯିବାକୁ ପଡିବ । ଏସିଆ କପ୍ ଖେଳିବା ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଏଭଳି ପରିସ୍ଥିତିରେ କୋହଲିଙ୍କ ପାଇଁ ଏକ ମାସର ବିରତି ଲମ୍ୱା ବ୍ରେକ୍ ବୋଲି କୁହାଯାଉଛି ।

ସୂଚନା ଥାଉକି, ଇଂଲଣ୍ଡ ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି । ଏଠାରେ ଭାରତୀୟ ଦଳକୁ ଇଣ୍ଡିଆ ବିପକ୍ଷରେ ତିନୋଟି ODI ଏବଂ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳିବ । ଏଥିପାଇଁ ଭାରତୀୟ ଟିମ୍‌ର ଘୋଷଣା ହୋଇଛି । ଦୁଇଟି ଯାକ ସିରିଜ ପାଇଁ ବିରାଟ କୋହଲି ଚୟନ ହୋଇନାହାଁନ୍ତି । କାରଣ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ ତାଙ୍କର ଫର୍ମ ଭଲ ନାହିଁ । ଏଥାପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି ।

Related Articles

Back to top button