୧୦୨୦ ଦିନର ବ୍ୟବଧାନରେ ଶତକ ମାରିଲେ ବିରାଟ କୋହଲି

ଦୁବାଇ:  ୧୦୨୦ ଦିନ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶେଷରେ ଶତକ ମାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଭାରତ ବିଦା ହୋଇ ଯାଇଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଆଜିର ମୁକାବିଲା କୋହଲି ଏବଂ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିଲା । ଏହି ମ୍ୟାଚରେ ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳି ନ ଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨ ୱିକେଟ ବିନିମୟରେ ୨୧୨ ରନ ସଂଗ୍ରହ କରିଛି। କୋହଲି ମାତ୍ର ୬୧ ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୬ ଛକା ସହାୟତାରେ ୧୨୨ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଏଲ ରାହୁଲ ୪୧ ବଲରେ ୬୨ ରନର ଇନିଂସ ଖେଳିଥିଲେ।

ଶତକ ହାସଲ ପରେ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ଭାମିକାକୁ ତାଙ୍କ ଇନିଂସ ଉତ୍ସର୍ଗ କରିଥିଲେ । ମୋ ସ୍ତ୍ରୀ ଅନୁଷ୍କା ମୋ ସହିତ ଦୃଢ଼ ଭାବେ ଛିଡା ହୋଇଥିଲେ । ତାଙ୍କ ଯୋଗୁ ମୁଁ ମନୋବଳ ଫେରି ପାଇଥିଲି । ୨୦୧୯ରେ ଇଡେନଗାର୍ଡେନରେ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ। କୋହଲିଙ୍କ ଏହା ପ୍ରଥମ ଆନ୍ତର୍ଜାତୀୟ ଟି୨୦ ଶତକ, ଏଥିସହ ତାଙ୍କ ଆନ୍ତର୍ଜାତୀୟ ଶତକ ସଂଖ୍ୟା ୭୧ରେ ପହଞ୍ଚିଛି।

Related Articles

Back to top button