ବିଶ୍ୱକପରେ ପାଣ୍ଡ୍ୟାଙ୍କ ବଦଳରେ ଖେଳିବେ କ୍ରିଷ୍ଣା

ବିଶ୍ୱକପରୁ ବାଦ୍ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ପରବର୍ତ୍ତୀ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ଗୋଇଠିରେ ଆଘାତ ଲାଗିବା ପରେ ଚିକିତ୍ସିତ ହେଉଥିଲେ ପାଣ୍ଡ୍ୟା । ତେବେ ଆହତ ସମସ୍ୟାରୁ ସୁଧାର ନ ଆସିବା କାରଣରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପରୁ ବାଦ୍ ଦିଆଯାଇଛି । ପାଣ୍ଡ୍ୟାଙ୍କ ବଦଳ ଖେଳାଳୀ ଭାବେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି ।

ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ ପାଣ୍ଡ୍ୟା । ଫଳରେ ପାଣ୍ଡ୍ୟାଙ୍କ ବଦଳରେ ଅବିଶିଷ୍ଟ ବଲ ପକାଇଥିଲେ ବିରାଟ କୋହଲି । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏଯାଏଁ ଅପରାଜେୟ ରହି ସେମିଫାଇନାଲ ଟିକେଟ ହାତେଇଛି । ଆଗକୁ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ବିପକ୍ଷରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ ।

Related Articles

Back to top button