
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଘରୋଇ ଦଳ ବିରୋଧରେ ପ୍ରଥମ ଇନିଂସର କରିଛି ଭଲ ପ୍ରଦର୍ଶନ : ୪୭୧ରେ ଅଲଆଉଟ୍
ଲିଡ୍ସ ଟେଷ୍ଟରେ ଭାରତ ୪୭୧ ରନରେ ଅଲଆଉଟ୍ ହୋଇଯାଇଛି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଘରୋଇ ଦଳ ବିରୋଧରେ ପ୍ରଥମ ଇନିଂସର ଭଲ ପ୍ରଦର୍ଶନ କରିଛି। ଯଶସ୍ଵୀ ଜୟସଓ୍ବାଲ, ଶୁବମନ ଗିଲ ଏବଂ ରୁଷଭ ପନ୍ତଙ୍କ ୩ଟି ଶତକୀୟ ଇନିଂସ ବଳରେ ଭାରତ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଛି।ଇଂଲଣ୍ଡ ଟସ ଜିତି ଭ୍ରମଣକାରୀ ଭାରତୀୟ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓପନିଂ ଯୋଡ଼ିରେ ଜୟସଓ୍ବାଲ ଏବଂ କେ.ଏଲ. ରାହୁଲ ୯୧ ରନ ସଂଗ୍ରହ କରିଥିଲେ। ରାହୁଲ ୪୨ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ଜୟସଓ୍ବାଲ ୧୦୧, ଶୁବମନ ଗିଲ ୧୪୭ ଏବଂ ରୁଷଭ ପନ୍ତ ୧୩୪ ରନର ଶତକୀୟ ଇନିଂସ ଖେଳିଥିଲେ। ଯାହାଫଳରେ ଦଳ ପ୍ରଥମ ପାଳିରେ ୪୭୧ ରନ କରିବାରେ ସମର୍ଥ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଜୋସ ଟଙ୍ଗ ଏବଂ ବେନ୍ ଷ୍ଟୋକ୍ସ ୪ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।