ଇଣ୍ଡିଆ କ୍ୟାପିଟାଲ୍ସ ହାତେଇଲା ଲିଜେଣ୍ଡ୍ସ ଲିଗ କ୍ରିକେଟ ଟ୍ରଫି

ଜୟପୁର: ରସ ଟେଲର ଓ ଜନସନଙ୍କ ଧୂଆଁଧାର ବ୍ୟାଟିଂ । କିଙ୍ଗସଠୁ ହାରିଲା କ୍ୟାପିଟାଲ୍ସ । ଲିଜେଣ୍ଡ୍ସ ଲଢେଇରେ ଟ୍ରଫି ହାତେଇଲା ଇଣ୍ଡିଆ କ୍ୟାପିଟାଲ୍ସ । ଜୟପୁରର ସ୍ବାମୀ ମାନ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଲିଜେଣ୍ଡ୍ସ ଲିଗ କ୍ରିକେଟର ଫାଇନାଲ ମୁକାବିଲାକୁ ଜିତି ନେଇଛି ଗୌତମ ଗମ୍ଭୀରଙ୍କ ନେତୃତ୍ବାଧୀନ ଦଳ ଇଣ୍ଡିଆ କ୍ୟାପିଟାଲ୍ସ । ଇରଫାନ ପଠାନଙ୍କ ଦଳ ଭିଲୱାରା କିଙ୍ଗସଙ୍କୁ 104 ରନରେ ପରାସ୍ତ କରି ଟ୍ରଫି କବଜା କରିଛି ଇଣ୍ଡିଆ କ୍ୟାପିଟାଲ୍ସ ।

ଭିଲୱାରା କିଙ୍ଗସ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଣ୍ଡିଆ କ୍ୟାପିଟାଲ୍ସ ପାଳି ଆରମ୍ଭ କରିଥିଲା । ପ୍ରଥମରୁ ଇଣ୍ଡିଆ କ୍ୟାପିଟାଲ୍ସ ଭଲ ଆରମ୍ଭ କରିନଥିଲା । 5 ଓଭର ବେଳକୁ 22 ରନରେ ଦଳର 4ଟି ୱିକେଟ ପତନ ହୋଇଥିଲା । ଅଧିନାୟକ ଗୌତମ ଗମ୍ଭୀର 8 ରନ କରି ସଅଳ ପାଭିଲିୟନ ଫେରିଥିଲେ । ମାସାକାଡାଜ 1ରନ କରି ଆଉଟ ହୋଇଥିଲେ । ଡି ରାମଦିନ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ପରେ ପରେ ଡି ସ୍ମିଥ 3 ରନ କରି ପାଭିଲିୟନ ଫେରିଥିଲେ । ଭିଲୱାରା ବୋଲର ଇଣ୍ଡିଆ କ୍ୟାପିଟାଲ୍ସ ବ୍ୟାଟରଙ୍କୁ ଘାଇଲା କରି ଦେଇଥିଲେ । ମାତ୍ର ଗ୍ରାଉଣ୍ଡରେ ଥିବା ରସ ଟେଲର ଓ ଜନସନ ବସ୍ ବୋଲି ନିଜକୁ ପ୍ରମାଣିତ କରିଥିଲେ । ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଟେଲର 27 ବଲରେ 48 ଓ ଜନସନ 17 ବଲରେ 21 ରନ କରି ଗେମ ଚେଞ୍ଜ କରି ଦେଇଥିଲେ । 10 ଓଭର ସୁଦ୍ଧା ଇଣ୍ଡିଆ କ୍ୟାପିଟାଲ୍ସର ସ୍କୋର 83ରେ ପହଞ୍ଚିଥିଲା । ରସ ଟେଲର 31 ବଲରେ ଅପରାଜିତ ଅର୍ଦ୍ଧଶତକ କରିଥିଲେ । ଏହା ତାଙ୍କର କ୍ରମାଗତ ତୃତୀୟ ଅର୍ଦ୍ଧଶତକ । ମିଚେଲ ଜନସନ ମଧ୍ୟ ଅପରାଜିତ 31 ବଲରେ 50 ରନ କରିଥିଲେ । ଦୁହିଁଙ୍କୁ ଅଟକାଇବା ଭିଲୱାରା କିଙ୍ଗସଙ୍କ ପାଇଁ କାଠିକର ପାଠ ହୋଇଥିଲା । ଟେଲର 41 ବଲରେ 82 ରନ କରିଥିବାବେଳେ ଜନସନ 35 ବଲରେ 62 ରନ କରିଥିଲେ । 17 ଓଭରରେ ମିଚେଲ ଜନସନ ଆଉଟ ହେଇଥିଲେ । ପରେ ପରେ ଏଲ ପ୍ଲୁନକେଟ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଅଷେଲେ ନର୍ସ 19 ବଲ ଖେଳି 42 ରନ କରି ଜବରଦସ୍ତ ବ୍ୟାଟିଂ କରିଥିଲେ । 7 ୱିକେଟ ହରାଇ ଇଣ୍ଡିଆ କ୍ୟାପିଟାଲ୍ସ 211 ରନ କରିଥିଲା । ଭିଲୱାରାକୁ 212ରନ ଟାର୍ଗେଟ ଦେଇଥିଲା କ୍ୟାପିଟାଲ୍ସ ।

211ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭିଲୱାରା କିଙ୍ଗସ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କିଙ୍କସ । କ୍ୟାପିଟାଲ୍ସରେ ବ୍ୟାଟିଂରେ କମାଲ କରିଥିବା ମିଚେଲ ଜନସନ ଭାନଙ୍କୁ (5) ଆଉଟ କରିଥିଲେ । ପରେ ପରେ ପୋଟରଫିଲ୍ଡ 12 ରନ କରି ପାଭିଲିୟନ ଫେରିଥିଲେ । ୟୁସୁଫ ପଠାନ ବି କିଥି ଭଲ ପ୍ରଦର୍ଶନ କରିନଥିଲେ । 6 ରନ କରି ପାଭିଲିୟନ ଫେରିଥିଲେ ୟୁସୁଫ। ଏହାପରେ କ୍ୟାପିଟାଲ୍ସ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । କାରିଆ 22 ରନ ଓ ଏସ ୱାର୍ଟସନ 27ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ଇରଫାନ ପଠାନ 2 ରନ କରି ଆଉଟ ହୋଇଥିଲେ । ଆର ବିଷ୍ଣୋଇ 1 ରନ, ଡି ଧାମ୍ମିକା 1 ଓ ଟି ବ୍ରିସନାନ 7 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 107ରେ ଅଟକି ଯାଇଥିଲା । 18 ଓଭର 2 ବଲ ବେଳକୁ ୱିକେଟ ପତନ ହୋଇ ସାରିଥିଲା । ଫଳରେ 104 ରନରେ କ୍ୟାପିଟାଲ୍ସ ମ୍ୟାଚ ଜିତିବା ସହ ପ୍ରଥମ ସଂସ୍କରଣ ବିଜେତା ହୋଇଥିଲା ।

Related Articles

Back to top button