ପୁରୁଷ ହକି ବିଶ୍ୱକପ-୨୦୨୩ରେ ଭାଗ ନେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମାଲେସିଆ ଦଳ

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ-୨୦୨୩ରେ ଭାଗ ନେବା ପାଇଁ ଶୁକ୍ରବାର ମାଲେସିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଚତୁର୍ଥ ବିଦେଶୀ ଦଳ ଭାବେ ମାଲେସିଆ ଭୁବନେଶ୍ୱରରେ ପହଞ୍ଚିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦଳର ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଖେଳାଳିମାନଙ୍କୁ କଡ଼ା ସୁରକ୍ଷାରେ ହୋଟେଲକୁ ନିଆଯାଇଛି। ପୂର୍ବରୁ ହକି ବିଶ୍ୱକପରେ ଭାଗ ନେବା ପାଇଁ ଆଜି ବେଲଜିୟମ୍ ଭୁବନେଶ୍ବରରେ ପହଞ୍ଚିଥିଲା। ସେହିପରି ଗୁରୁବାର ଚିଲି ଦଳ ଭୁବନେଶ୍ୱର ପହଞ୍ଚିଥିବା ବେଳେ ବୁଧବାର ଦିନ ନେଦରଲାଣ୍ଡ୍‌ ଦଳର ଖେଳାଳିମାନେ ଭୁବନେଶ୍ୱର ପହଞ୍ଚିଥିଲେ। ଚଳିତ ମାସ ୧୩ରେ ପୁରୁଷ ହକି ବିଶ୍ୱକପ-୨୦୨୩ ଆରମ୍ଭ ହେବ।

Related Articles

Back to top button