ରନିଂ ଟ୍ରାକ୍‌ରେ ଦୌଡିଲେ ୧୦୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଳୀ : ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ବୟସ ବଢ଼ିବା ସହିତ ଏଭଳି ଉତ୍ସାହୀ ଲୋକଙ୍କ ସାହସ  ବଢ଼ିଚାଲେ । ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ସେମାନେ କିଛି  ଭିନ୍ନ କରନ୍ତି । ବୟସ ୬୦ ଟପିବା ପରେ କେବଳ ଆରାମ କରିବାରେ  ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଜଣେ ଶତାୟୁ ଆଥ୍‌ଲେଟ୍‌ ପ୍ରେରଣା ଓ  ଉଦାହରଣ ପାଲଟିଛନ୍ତି।  ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଜଣେ  ୧୦୨ ବର୍ଷୀୟ ବୃଦ୍ଧ ଦୌଡୁଥିବା ନଜର ଆସିଛନ୍ତି । ତାଙ୍କ ଉତ୍ସାହ  ଦେଖି ଯୁବବର୍ଗ ତାଳିମାରି ତାଙ୍କୁ ଉତ୍ସାହିତ କରୁଥିବା ନଜର  ଆସିଛନ୍ତି। ବୃଦ୍ଧାବସ୍ଥା ଯୋଗୁ ତାଙ୍କ ବେଗ କମ୍‌ ଥିଲା, କିନ୍ତୁ ଉତ୍ସାହ  ଶୀର୍ଷରେ ରହିଥିଲା ।

ମୁଖମଣ୍ଡଳରେ ଏକ ନିଆରା ଚମକ ଏବଂ  ଓଠରେ ହସ ସହିତ ସେ ଦୌଡ଼ ଶେଷ କଲେ। ଫିନିଶ୍‌ ଲାଇନ୍‌ରେ  ପହଞ୍ଚିବା ପରେ ସେ ବୁଲି ଚାହିଁଲେ ଏବଂ ସମସ୍ତଙ୍କୁ ଅଭିବାଦନ  ଜଣାଇଲେ। ୧୦୨ ବର୍ଷ ବୟସରେ ଦୌଡ଼ି ସେ ପ୍ରମାଣ କଲେ ଯେ  ଯଦି ତୁମର ପାଶନ୍‌ ଓ ଉତ୍ସାହ ଅଛି, ତେବେ ବୟସ କଦାପି  ତୁମ ପାଇଁ ବାଧକ ହୋଇପାରିବ ନାହିଁ। କେହି ତୁମକୁ  ବେଖାତିର ମଧ୍ୟ କରିବେ ନାହିଁ। ବୃଦ୍ଧ ଜଣକ କୌଣସି  ସମର୍ଥନ ବିନା ବେଶ ଖୁସିରେ ଟ୍ରାକ୍‌ରେ ଦୌଡୁଥିବା ନଜର  ଆସିଛନ୍ତି । ଭିଡିଓରେ କ୍ୟାପ୍‌ସନ୍‌ ଦିଆଯାଇଛି ‘ତୁମ ସ୍ୱପ୍ନ  ସାମ୍ନାରେ ବୟସକୁ କଦାପି ସୀମା ରୂପେ ଠିଆ କରନାହିଁ।  ୧୯୧୭ ମସିହାରେ ଜନ୍ମିତ ଏହି ବ୍ୟକ୍ତି ୧୦୨ ବର୍ଷ  ବୟସରେ ଦୌଡୁଛନ୍ତି ।’

୧୦୨ ବର୍ଷ ବୟସରେ ରନିଂ ଟ୍ରାକ୍‌ରେ  ଦୌଡୁଥିବା ଏହି ବୃଦ୍ଧ ୧୦୪ ବର୍ଷ ବୟସ  ପର୍ଯ୍ୟନ୍ତ ଜଣେ ସକ୍ରିୟ ଆଥ୍‌ଲେଟ୍‌  ଭାବେ ଜୀବନ ନିର୍ବାହ କରିଥିଲେ ।  କିନ୍ତୁ ଗତ ଜୁଲାଇ ମାସରେ ୧୦୫  ବର୍ଷ ବୟସରେ ତାଙ୍କର ଦେହାନ୍ତ  ହୋଇଛି । ଭିଡିଓଟି ୨୦୧୯ ମସିହାର ।  ସେତେବେଳେ ବୃଦ୍ଧଙ୍କ ବୟସ ଥିଲା ୧୦୨  ବର୍ଷ । ଏବେ ଏହି ଭିଡିଓକୁ ପୁଣି ଥରେ  ଟ୍ୱିଟର୍‌ରେ ଶେୟାର କରାଯାଇଛି । ଟ୍ରାକ୍‌ରେ  ଦୌଡୁଥିବା ଏହି ଶତାୟୁଙ୍କ ଭିଡିଓକୁ ୩  କୋଟିରୁ ଅଧିକ ଦର୍ଶକ ଦେଖିବା ସହିତ ୧  ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି ।

Related Articles

Back to top button