୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର।

ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ମହିଳା ଦେଇଛନ୍ତି ପ୍ରଥମ ପଦକ। ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ଏଥିସହ ମନୁ ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ସଫଳତା ପାଇଛନ୍ତି । ଫାଇନାଲରେ ମନୁ ୨୨୧ ଦଶମିକ ୭ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଛନ୍ତି। ସେହିପରି ଇଭେଣ୍ଟରେ କୋରିଆର ୟେ ଜିନ୍ ୨୪୩ ଦଶମିକ ୨ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଏବଂ କିମ୍ ୟେଜି ୨୪୧ ଦଶମିକ ୩ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି । ମନୁ କ୍ବାଲିଫାଇଙ୍ଗ ରାଉଣ୍ଡରେ ମୋଟ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଭାକରମନୁଙ୍କ ସଫଳତା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜଣାଇଛନ୍ତି ଶୁଭେଚ୍ଛା । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡିଆ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Back to top button