
ମା’ ହେଲେ ଶାରାପୋଭା
ରୁଷିଆର ପୂର୍ବତନ ଟେନିସ ଖେଳାଳି ମାରିଆ ଶାରାପୋଭା ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଟେନିସ ତାରକା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କ ସହ ଖୁସିକୁ ବାଣ୍ଟିଛନ୍ତି। ତେବେ ଫଟୋରେ ତାଙ୍କ ପୁଅଙ୍କ ସହ ଭାବିସ୍ବାମୀ ଆଲେକ୍ସଜାଣ୍ଡାର ଗିଲକେସଙ୍କୁ ଦେଖିବାକୁ ମିଳିଛି। ଦୁଇବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୨୦୨୦ରେ ନିର୍ବନ୍ଧ କରିଥିଲେ ମାରିଆ। ଏବେ ସେ ତାଙ୍କ ପୁଅଙ୍କ ନାମ ଥିଓଡର ରଖିଛନ୍ତି।