ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଇଆନ ମୋର୍ଗାନ

ଲଣ୍ଡନ: ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଇଆନ ମୋର୍ଗାନ ଅବସର ଘୋଷଣା କରିଛନ୍ତି । ମୋର୍ଗନଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିଲା । ଗତ ବର୍ଷ ଜୁନରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ କ୍ଲବସ୍ତରୀୟ ମ୍ୟାଚ ଖେଳିବା ଜାରୀ ରଖିଥିଲେ । ସେ ତାଙ୍କ କ୍ୟାରିୟରର ଶେଷ ଲିଗ ମ୍ୟାଚ ଦକ୍ଷିଣ ଆଫ୍ରିକା ଲିଗରେ ପର୍ଲ ରୟାଲ୍ସ ପକ୍ଷରୁ ଖେଳିଥିଲେ । ସୀମିତ ଓଭର କ୍ରିକେଟରେ ମୋର୍ଗାନ ଇଂଲଣ୍ଡର ଶ୍ରେଷ୍ଠ ଅଧିନାୟକ ହେବା ଗୌରବ ଅର୍ଜନ କରିଛନ୍ତି । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୧୯୮ ମ୍ୟାଚରୁ ୧୧ରେ ବିଜୟ ହାସଲ କରିଛି । ସେହିପରି ଟି୨୦ରେ ୭୨ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇ ୪୨ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି । କ୍ରିକେଟଠାରୁ ଦୂରେଇ ରହିବା ବର୍ତମାନ ସବୁଠାରୁ ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି । କମେଂଟେଟର ଏବଂ କ୍ରିକେଟ ସମୀକ୍ଷକଭାବେ ମୁଁ ଖେଳ ସହିତ ଜଡିତ ରହିବି ବୋଲି ସେ କହିଛନ୍ତି । ମୋର୍ଗାନ ପ୍ରଥମେ ଆୟର୍ଲାଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ ।

Related Articles

Back to top button