
ଅଷ୍ଟ୍ରେଲିଆ ଲିଗରେ ଖେଳିବେ ଭାରତର ୨ ବୋଲର
ବ୍ରିସବେନ୍: ଭାରତର ୨ ବୋଲର ଚେତନ ସକାରିଆ ଓ ମୁକେଶ ଚୌଧୁରୀ ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାକ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଖେଳିବେ । ଏହି ଦୁଇ ଖେଳାଳି ଆଇପିଏଲ୍ ଖେଳିଥିବା ବେଳେ ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଗତ ଆଇପିଏଲ୍ (IPL) ସଂସ୍କରଣରେ ଉଭୟ ଭଲ ବୋଲିଂ କରିଥିଲେ । ଦୁହେଁ ଗତ ଆଇପିଏଲ୍ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ ।