‘ମନ୍‌‌ କୀ ବାତ୍‌‌’କାର୍ଯ୍ୟକ୍ରମରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କଥା  କହିଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ଆକାଶବାଣୀର ‘ମନ୍‌‌ କୀ ବାତ୍‌‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି । କାର୍ଯ୍ୟକ୍ରମର ୧୦୨ତମ ସଂସ୍କରଣରେ ସେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କଥା ଉଲ୍ଲେକ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଦିନକପରେ ଅର୍ଥାତ୍ ଜୁନ୍ ୨୦ ତାରିଖ ଐତିହାସିକ ରଥଯାତ୍ରାର ଦିନ । ସାରା ସଂସାରରେ ରଥଯାତ୍ରାର ଏକ ବିଶିଷ୍ଟ ପରିଚୟ ରହିଛି । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବହୁତ ଯାକଜକମରେ ରଥଯାତ୍ରା ଆୟୋଜିତ ହୁଏ । ଓଡ଼ିଶାର ପୁରୀରେ ଆୟୋଜିତ ରଥଯାତ୍ରା ସ୍ୱୟଂ ଏକ ଅଦ୍ଭୁତ ମହୋତ୍ସବ । ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ମୋତେ ଅହମ୍ମଦାବାଦରେ ହେଉଥିବା ବିଶାଳ ରଥଯାତ୍ରାରେ ଯୋଗଦେବାର ସୁଯୋଗ ମିଳୁଥିଲା । ଏହି ରଥଯାତ୍ରାଗୁଡ଼ିକରେ ଦେଶର ପ୍ରତ୍ୟେକ ବର୍ଗର ଲୋକ, ପ୍ରତ୍ୟେକ ସମାଜର ଲୋକମାନେ ଯେଭଳି ଉତ୍ସାହର ସହିତ ଭାଗ ନିଅନ୍ତି ତାହା ସ୍ୱତଃ ଅନୁକରଣୀୟ । ଆମର ଆସ୍ଥା ସହିତ ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମଧ୍ୟ ଏକ ପ୍ରତିବିମ୍ବ । ଏହି ପବିତ୍ର, ପୁଣ୍ୟ ଅବସରରେ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି । ଭଗବାନ ଜଗନ୍ନାଥ ସମସ୍ତ ଦେଶବାସୀମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁଖସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି।

Related Articles

Back to top button