ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ପାକିସ୍ତାନକୁ ହରାଇ ଭାରତକୁ ଗୋଲ୍ଡ ଜିତାଇଲେ ନବୀନ

ବର୍ମିଂହାମ: ଇଂଲଣ୍ଡର ବରମିଙ୍ଘମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀକ୍ରୀଡ଼ାରେ ଶନିବାର କୁସ୍ତିରେ ବର୍ଷିଛି ସୁନା। ଭାରତୀୟ ରେସରଲମାନେ ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କିଛି ସମୟ ପୂର୍ବରୁ ବିନେଶ ଫୋଗାଟ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତାଇଥିବା ବେଳେ ଏବେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି ନବୀନ। ପାକିସ୍ତାନ କୁସ୍ତି ଯୋଦ୍ଧା ମହମ୍ମଦ ଶରିଫଙ୍କୁ ହରାଇ ଗୋଲ୍ଡ ଜିତିଛନ୍ତି ନବୀନ। ୭୪ କେଜି ଫ୍ରି ଷ୍ଟାଇଲ୍ ବର୍ଗରେ ନବୀନ ତାହିରଙ୍କୁ ୯-୦ରେ ପରାସ୍ତ କରିଛନ୍ତି।

ଏହା ପୂର୍ବରୁ ସେମିଫାଇନାଲ୍‌ରେ ନବୀନ ଇଂଲଣ୍ଡର କୁସ୍ତି ଯୋଦ୍ଧା ଚାର୍ଲେ ଜେମ୍ସ ବାଓଲିଙ୍ଗଙ୍କୁ ୧୨-୧ରେ ହରାଇବା ପରେ ଫାଇନାଲ୍‌ରେ ପ୍ରବେଶ କରିବାଥିଲେ। ତା ପୂର୍ବରୁ ସେ ନାଇଜେରିଆ ଓଗବୋନା ଇମାନୁଏନ ଜନ୍ ଓ ସିଙ୍ଗାପୁର ହଂକଂର ୟିଉ ଲୋଉଙ୍କୁ ପରାସ୍ତ କରିଥିଲେ।

ନବୀନଙ୍କ ପୂର୍ବରୁ କୁସ୍ତିରେ ବିନେଶ ଫୋଗାଟ୍, ରବି ଦହିଆ, ଦୀପକ ପୁନିଆ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି। CWG 2022ରେ ଭାରତକୁ ଏପର୍ଯ୍ୟନ୍ତ ୩୪ ମେଡାଲ ମିଳିଛି। ଯେଉଁଥିରେ ୧୨ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ କାଂସ୍ୟ ପଦକ ରହିଛି। ଏଥିମଧ୍ୟରୁ କେବଳ କୁସ୍ତିର ୬ଟି ଗୋଲ୍ଡ ମେଡାଲ ଜିତିଛି ଭାରତ

Related Articles

Back to top button