
ଫିଫା ବିଶ୍ୱକପ୍: ଆମେରିକାକୁ ୩-୧ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ନେଦରଲ୍ୟାଣ୍ଡସ
ନୂଆଦିଲ୍ଲୀ: କତାରରେ ଚାଲିଥିବା ଫିଫା ବିଶ୍ୱକପ-୨୦୨୨ ଏବେ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ନେଦରଲ୍ୟାଣ୍ଡସ ଆମେରିକାକୁ ୩-୧ ଗୋଲରେ ପରାସ୍ତ କରିଛି । ଏହାଦ୍ୱାରା ନେଦରଲ୍ୟାଣ୍ଡସ୍ ବିଶ୍ୱକପର ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ଆମେରିକାର ସ୍ୱପ୍ନ ଚୁରମାର ହୋଇଯାଇଛି ।