ଟି-୨୦ ବିଶ୍ୱକପ: ସୁପର-୧୨ରେ ବାଲାଂଦେଶଠାରୁ ନେଦରଲାଣ୍ଡ ୯ ରନ୍‌ରେ ହାରିଲା

ମେଲବୋର୍ନ : ଟି-୨୦ ବିଶ୍ୱକପର ସୁପର-୧୨ରେ ସୋମବାର ନେଦରଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ ୯ ରନ୍‌ରେ ହାରଛି। ହୋବାର୍ଟର ବେଲେରିଭା ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪ ରନ୍‌ କରିଥିଲା। ଫଳରେ ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍‌ ରହିଥିଲା। ବିଜୟ ଲକ୍ଷ୍ୟର ପିଛା କରି ନେଦରଲାଣ୍ଡ ଦଳ ୨୦ ଓଭରରେ ୧୦ ଓ୍ବିକେଟ ହରାଇ ୧୩୫ ରନ୍‌ କରିଥିଲା।

ନେଦରଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ନେଦରଲାଣ୍ଡ ଅଧିନାୟକ ସ୍କଟ୍‌ ଏଡଓ୍ବାର୍ଡଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା। ବାଲାଂଦେଶ ଅଧିନାୟକ ଶକିବ ଅଲ ହାସନଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିଥିଲା।

Related Articles

Back to top button