ପୁରୁଷ ହକି ବିଶ୍ୱକପ-୨୦୨୩ରେ ଭାଗ ନେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ନିଉଜିଲାଣ୍ଡ ଦଳ

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ-୨୦୨୩ରେ ଭାଗ ନେବା ପାଇଁ ଶୁକ୍ରବାର ନିଉଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପଞ୍ଚମ ବିଦେଶୀ ଦଳ ଭାବେ ନିଉଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦଳର ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଖେଳାଳିମାନଙ୍କୁ କଡ଼ା ସୁରକ୍ଷାରେ ହୋଟେଲକୁ ନିଆଯାଇଛି।

ଏହା ପୂର୍ବରୁ ଆଜି ମାଲେସିଆ ଓ ବେଲଜିୟମ୍ ଦଳ ହକି ବିଶ୍ୱକପରେ ଭାଗ ନେବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ। ସେହିପରି ଗୁରୁବାର ଚିଲି ଦଳ ଭୁବନେଶ୍ୱର ପହଞ୍ଚିଥିବା ବେଳେ ବୁଧବାର ଦିନ ନେଦରଲାଣ୍ଡ୍‌ ଦଳର ଖେଳାଳିମାନେ ଭୁବନେଶ୍ୱର ପହଞ୍ଚିଥିଲେ। ଚଳିତ ମାସ ୧୩ରେ ପୁରୁଷ ହକି ବିଶ୍ୱକପ-୨୦୨୩ ଆରମ୍ଭ ହେବ।

Related Articles

Back to top button