୨ ଦିନରେ ୨ଥର ଜାତୀୟ ରେକର୍ଡ ଭାଙ୍ଗିଲେ ଓଡ଼ିଆ ଆଥଲେଟ ଜ୍ୟୋତି ୟାରାଜୀ

ଭୁବନେଶ୍ୱର: କାଜକସ୍ତାନର ଅଷ୍ଟାନାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଏଥିରେ ଜ୍ୟୋତି ୟାରାଜୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ ଏହି ରେକର୍ଡ ସ୍ଥାପନ କରିଥିଲେ । ଜ୍ୟୋତି ୮.୧୩ ସେକେଣ୍ଡ ସମୟ ନେଇ ସେ ରୌପ୍ୟ ପଦକ ହାସଲ କରିଥିଲେ । ପ୍ରଥମେ ଜ୍ୟୋତି ଶନିବାର ୮.୧୬ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରିଥିଲେ । ରବିବାର ସେ ୮.୧୩ ସେକେଣ୍ଡ ସମୟ ନେଇ ନିଜ ରେକର୍ଡ ଭଙ୍ଗ କରିଥିଲେ । ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟରରେ ଜ୍ୟୋତି ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କ ଯୋଗୁ ଓଡିଶା ଏଚପିସିର ମାନ ବଢ଼ିଛି ।

Related Articles

Back to top button