ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଓଡ଼ିଶା ଜିତିଛି ୩୧ ପଦକ

ମଧ୍ୟପ୍ରଦେଶର ଦେବାସସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇନ୍‌ଡୋର ଷ୍ଟାଡିୟମ୍‌ରେ ଗତ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୟୁଏମ୍‌ଏଆଇ ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଓଡ଼ିଶାକୁ ୬ ସ୍ବର୍ଣ୍ଣ, ୯ ରୌପ୍ୟ, ୧୨ କାଂସ୍ୟ ସହ ମୋଟ ୩୧ ପଦକ ଜିତିଛି। ଏଥିରେ ପ୍ରଶିକ୍ଷକ ଦୁଷ୍ମନ୍ତ କୁମାର ନାଥ, ସୁରଜ ପୁଜାହାରୀ, ଜିତେନ୍ଦ୍ର କୁମାର ପ୍ରଧାନ, ନୁରସିଂ ସୁନା, ଉମେଶ ନାୟକଙ୍କ ନେତୃତ୍ୱରେ ୫୮ ଜଣିଆ ଓଡ଼ିଶା ଦଳ (୪୮ ମୁଏଥାଇ ଖେଳାଳି ଓ ୧୦ ଅଧିକାରୀ) ବିଭିନ୍ନ ବୟସ-ଏବଂ ଓଜନ ବର୍ଗରେ ଅଂଶଗ୍ରହଣ କରିଥି‌ଲେ। ଶୃଙ୍ଖଳାପୂର୍ବକ ପ୍ରଦର୍ଶନ ପାଇଁ ‘ୟୁନାଇଟେଡ଼ ମୁଏଥାଇ ଆସୋସିଏସନ-ଇଣ୍ଡିଆ’ ପକ୍ଷରୁ ଓଡିଶା ଦଳକୁ ସ୍ୱତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା। ତତ୍‌ସହିତ ଓଡିଶାରୁ ଜାତୀୟ ରେଫରୀ ଭାବେ ଚନ୍ଦ୍ର ଶେଖର ବହୁକା ଏବଂ ସଞ୍ଜୟ କୁମାର କିସାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ସଫଳତା ପାଇଁ ଓଡିଶା ମୁଏଥାଇ ୟୁନିଅନର ରାଜ୍ୟ ଅଧ୍ୟକ୍ଷ ରବି ନାରାୟଣ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆୟୋଜକ ସମିତି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ସୁଧୀର ବାରିକ, ରୂପେଶ ଅଧିକାରୀ ପ୍ରମୁଖ ଓଡ଼ିଶା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related Articles

Back to top button