
ଆତ୍ମହତ୍ୟା ଉଦ୍ୟମ କଲେ ପାକିସ୍ତାନ କ୍ରିକେଟର
ଟିମ୍ରେ ଚୟନ ନହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ ପାକିସ୍ତାନ ଯୁବ କ୍ରିକେଟର। ପାକିସ୍ତାନ କ୍ଷିଣୀ ସଂଘ ଅଞ୍ଚଳ ହାଇଦ୍ରାବଦ୍ର ଯୁବ ଖେଳାଳି ଶୋଏବଙ୍କୁ ପିସିବିର ଆନ୍ତଃ ସହର ଚାମ୍ପିୟନସିପ୍ ଖେଳିବାକୁ ଘରୋଇ ଟିମ୍ରେ ସ୍ଥାନ ନ ମିଳିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଟିମ୍ରେ ଚୟନ ନ ହେବାରୁ ଦ୍ରୁତ ବୋଲର ଶୋଏବ ହାତାସ ନିରାଶ ହୋଇ ହାତର ଭ୍ୟାନ୍ କାଟି ଦେଇଥିଲେ। ହାତରୁ ରକ୍ତଶ୍ରାବ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ପରିବାର ଲୋକ ଜାଣି ଶୋଏବଙ୍କୁ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।
ପରିବାର ଲୋକଙ୍କ ସୂଚନା ଅନୁସାରେ, ଆନ୍ତଃ ସହର ଚାମ୍ପିୟନସିପ୍ ମ୍ୟାଚର ଟ୍ରାଏଲ ପରେ କୋଚ ତାଙ୍କୁ ଘରୋଇ ଟିମ୍ରେ ସାମିଲ୍ କରିନଥିଲେ। ଏଥିରେ ହତାଶ ହୋଇଯାଇଥିଲେ। ଫଳରେ ନିଜକୁ ସେ ଏକ ଘରେ ବନ୍ଦ କରି ହାତର ନାଡ଼ି କାଟି ଦେଇଥିଲେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବାଥ୍ରୁମରେ ବେହୋସ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନା ନେଇଥିଲେ ବୋଲି ସେମାନେ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଶୋଏବଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ସୂଚନା ଥାଉକି, ୨୦୧୮ରେ କରାଚୀ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ଜାରୟାବଙ୍କୁ ସହରର ଅଣ୍ଡର-୧୯ ଟିମ୍ରେ ସାମିଲ୍ ନହେବାର ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟ କରିଥିଲେ।