ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର

ନୂଆଦିଲ୍ଲୀ୧୯ ବର୍ଷର କ୍ୟରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଅମ୍ପାୟାର କ୍ୟାରିୟରରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର। ପାକିସ୍ତାନୀ ଅମ୍ପାୟାର ଅଲୀମ ଦାର ସନ୍ନ୍ୟାସ ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକାର ଏଡ୍ରିୟନ ହୋଲ୍ଡଷ୍ଟକ ଓ ପାକିସ୍ତାନର ଏହସାନ ରଜାଙ୍କୁ ଆଇସିସି ଏଲିଟ୍ ପ୍ୟାନେଲ୍‌ରେ ଅମ୍ପାୟାରିଂ ଲିଷ୍ଟରେ ସାମିଲ୍ କରାଯାଇଛି। ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

୨୦୦୨ ମସିହାରେ ଆଇସିସି ଏଲିଟ୍ ପ୍ୟାନେଲ୍‌ର ଅମ୍ପାୟାରଙ୍କ ତାଲିକା ପ୍ରକାଶ ପକାଇବା ଦିନ ଠାରୁ ଅଲୀମ ଅମ୍ପାୟାରିଂ କରିଆସୁଛନ୍ତି। ସେ ୪୩୫ ଅନ୍ତର୍ଜାତୀୟ ପୁରୁଷ ମ୍ୟାଚ୍‌ରେ ଅମ୍ପାୟାରିଂ କରିବାର ଗୌରବ ଅର୍ଜନ କରିବା ସହ ଅଲୀମ ୨୦୦୭ ଓ ୨୦୨୧ ବିଶ୍ୱକପ୍‌ ଫାଇନାଲ୍‌ରେ ମଧ୍ୟ ଆମ୍ପାୟାରିଂ କରିଛନ୍ତି। ତାଙ୍କର ସୁନ୍ଦରର ଅମ୍ପାୟାରିଂ ପାଇଁ ତାଙ୍କୁ ୩ ଥର ଆଇସିସି ଡେବିଡ୍ ଶେଫର୍ଡ ଟ୍ରଫି ଫର୍‌ ଦି ଅମ୍ପାୟାର ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି।

ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ମ୍ୟାଚ୍‌ ଅମ୍ପାୟାରିଂ କରିବାରେ ଅଲୀମ ଦାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଟି-୨୦ରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଟି-୨୦ରେ ସର୍ବାଧିକ ଅମ୍ପାୟାରିଂ କରିବା ରେକର୍ଡ ପାକସ୍ତାନର ଏହସାନ ରାଜାଙ୍କ ନାଁରେ ରହିଛି।

ନିଜ ଅବସର ବିଷୟରେ ଆଇସିସିକୁ ସୂଚନା ଦେଇ ଦାର୍ କହିଛନ୍ତି ଯେ ଏହା ମୋ ପାଇଁ ସବୁଠାରୁ ଲମ୍ବା ଯାତ୍ରା। ମୋ ଅମ୍ପାୟାରିଂ ସମୟରେ ମୁଁ ଯାହା କିଛି ହାସଲ କରିଛି ତାବା କେବେ କଳ୍ପନା କରିନ ଥିଲି। ୧୯ ବର୍ଷର ଯାତ୍ରାଙ୍କୁ ଶେଷ କରିବାର ଏହା ହିଁ ପ୍ରକୃତ ସମୟ ବୋଲି ଦାର କହିଛନ୍ତି।

Related Articles

Back to top button