ଖରାପ ଆର୍ଥିକ ସ୍ଥିତି ଯୋଗୁ ଏସିଆ କପ୍ ୨୦୨୩ ଆୟୋଜନ କରିବ ନାହିଁ ପାକିସ୍ତାନ

ମୁମ୍ବାଇ: ଏସିଆ କପ୍ ୨୦୨୩ର ଆୟୋଜନ କରିବ ନାହିଁ ପାକିସ୍ତାନ। ଶନିବାର ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏସିଆ କପ୍ ଆୟୋଜନ କରିପାରିବ ନାହିଁ। ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ, ଏସିଆ କପ୍ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରିବ ନାହିଁ। ଏହାପରେ ଏପରି ଏକ ସୂଚନା ଆସିଛି। କିନ୍ତୁ ଏସିଆ କପ୍ ପାକିସ୍ତାନରୁ ସ୍ଥାନାନ୍ତର ହେବା ପଛର କାରଣ ନିଜ ଦେଶର ଆର୍ଥିକ ସ୍ଥିତି ବୋଲି ଜଣାପଡିଛି।

ପିସିବି ମୁଖ୍ୟ ନଜାମ ସେଠୀଙ୍କ ଅନୁରୋଧ କ୍ରମେ ଶନିବାର ବାହାରିନରେ ଏସିଆ କ୍ରିକେଟ ପରିଷଦର ଏକ ଜରୁରୀ ବୈଠକ ବସିଥିଲା। ବିସିସିଆଇ ସଚିବ ଜୟ ଶାହ ଏବଂ ନଜାମ ସେଠୀଙ୍କ ମଧ୍ୟରେ ଏହି ସମୟରେ ଆଲୋଚନା ହୋଇଥିଲା। ତେବେ ସମାନ ବୈଠକରେ ମାର୍ଚ୍ଚରେ ବସିବ ଏବଂ ଏସିଆ କପ୍ ପାକିସ୍ତାନ ପରିବର୍ତ୍ତେ କେଉଁଠି ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

Related Articles

Back to top button